Latest Odisha News

ଏଲଏସିରେ ମୁତୟନ କରାଗଲା ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ : ଚତୁର ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ । ସୀମାରେ ଚୀନ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ, ଏବେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଭାରତୀୟ ସେନା । ଡ୍ରାଗନକୁ ଜବାବ ଦେବାକୁ ଏଲଏସିରେ ମୁତୟନ କରାଯାଇଛି ଆମେରିକା ନିର୍ମିତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଲଦାଖ ଓ ଅନ୍ୟାନ୍ୟ ଅଞ୍ଚଳର ଆଗୁଆ ସୁରକ୍ଷା ଲାଗି ଏହି ଅସ୍ତ୍ରଶସ୍ତ୍ରକୁ ମୁତୟନ କରାଯାଇଛି । ଗତ କିଛି ବର୍ଷ ଧରି ଚାଲିଥିବା ଉଦ୍ୟମ କ୍ରମେ ଆମେରିକାଠାରୁ ଭାରତ ଏହି ଅସ୍ତ୍ରଶସ୍ତ୍ର ହାସଲ କରିଛି ।

ଦିନକୁ ଦିନ ବୃଦ୍ଧି ପାଉଥିବା ଚୀନର ଶକ୍ତିକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ସୀମାରେ ଆମେରିକା ନିର୍ମିତ ଚିନୁକ ହେଲିକପ୍ଟର, ଆଲଟ୍ରାଲାଇଟ୍ ହାଓଜିର, ରାଇଫଲ ଆଦି ମୁତୟନ କରାଯାଇଛି । ଏହାସହ ଅତ୍ୟାଧୁନିକ ସର୍ଭେଲାନ୍ସ ସିଷ୍ଟମ, ସୁପରସୋନିକ କ୍ରୁଜ ମିସାଇଲ ଆଦି ମୁତୟନ କରାଯାଇଛି । ଲଦାଖ ଓ ପୂର୍ବାଞ୍ଚଳ ତିବ୍ବତରେ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନରାଲ ମନୋଜ ପାଣ୍ଡେ କହିଛନ୍ତି- ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଭାରତ ସତର୍କତାମୂଳକ ପଦକ୍ଷେପ ନେଇଛି । ସୀମାରେ ଗତବର୍ଷଠାରୁ ୩୦ ହଜାରରୁ ଅଧିକ ସୈନ୍ୟ ମୁତୟନ ହୋଇଥିଲେ ବି ବର୍ତ୍ତମାନ ଆଉ କିଛି ସୈନ୍ୟଙ୍କୁ ବି ମୁତୟନ କରାଯାଇଛି ।

Comments are closed.