Latest Odisha News

BREAKING NEWS

ଧବଳେଶ୍ୱର ପୀଠରେ ଲାଗିଲା ୧୪୪ ଧାରା

ଆଠଗଡ଼: ପୁଣି ଲାଗିଲା ୧୪୪ ଧାରା । କଟକ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ପୀଠରେ ଲାଗିଛି ୧୪୪ ଧାରା । ଦୀପାବଳିରେ ଭିଡ଼କୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଛି ।

ଦୀପାବଳି ଅବସରରେ ଭିଡ଼କୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ କଟକଣା ଜାରି କରିଛନ୍ତି । କୋଭିଡ଼ ନିୟମ ଅନୁଯାୟୀ ଆସନ୍ତାକାଲି ମାନେ ୪ ତାରିଖ ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ ୧୪୪ଧାରା ଜାରି କରାଯାଇଛି । ଯାହାଫଳରେ ବୀପାବଳିରେ ବାବା ଧବନେଶ୍ୱରଙ୍କ ଦର୍ଶନରୁ ସାଧାରଣ ଲୋକେ ବଞ୍ଚିତ ହେବେ ।

କିନ୍ତୁ ବାବାଙ୍କ ନୀତିକାନ୍ତି ସୂଚାରୁ ରୂପେ ପାଳନ କରାଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି । କରୋନା ସଂକ୍ରମଣକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି ।

Comments are closed.