Latest Odisha News

ଚୀନକୁ କଡା ଜବାବ ଦେଲା ତାଇୱାନ, ବିବାଦ ବଢ଼ିବା ଆଶଙ୍କା !

ତାଇପେ: ବିଶ୍ୱ ସମୁଦାୟର ଚାପ ସତ୍ୱେ ଚୀନ ବାରମ୍ବାର ତାଇୱାନକୁ ଧମକ ଦେବାରେ ଲାଗିଛି । ନିକଟରେ ତାଇୱାନକୁ ଚୀନ ଶାନ୍ତିପୂର୍ଣ୍ଣ ଭାବେ ଦେଶରେ ମିଶିବାକୁ ପ୍ରସ୍ତାବ ଦେଇଥିଲା । ଏହାର ଜବାବରେ ତାଇୱାନର ରାଷ୍ଟ୍ରପତି ସାଇ ଇଙ୍ଗ ୱେନ କହିଥିଲେ, ଆମର ଭାଗ୍ୟ ଚୀନ ନିର୍ଦ୍ଧାରଣ କରିବ ନାହିଁ । ଗଣତନ୍ତ୍ର ବଜାୟ ରଖିବା ପାଇଁ ଆମେ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିବୁ ବୋଲି ସେ କହିଛନ୍ତି ।

ଏହାର ଜବାବରେ ତାଇୱାନର କେତେକ ବରିଷ୍ଠ ନେତାଙ୍କୁ ଚୀନ ବ୍ଲାକ ଲିଷ୍ଟ କରିଥିଲା । ଏଥିରେ ସୁ ସେଙ୍ଗ ଚାଙ୍ଗ, ୟୁ ଶିୟା କୁନ ଓ ଜୋସେଫ ଉ ସାମିଲ । ଆମର ଏଠାରେ ବେଜିଂର ଶାସନ ନୁହେଁ ଆଇନ ଓ ଗଣତନ୍ତ୍ର ମାଧ୍ୟମରେ ଦେଶ ଚାଲୁଛି ବୋଲି ତାଇୱାନ ରାଷ୍ଟ୍ରପତି କହିଥିଲେ ।

Comments are closed.