Latest Odisha News

ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଗାଡି ଆଗରେ କଳା ପତକା ଦେଖାଇ ୩ ଯୁବକ ଅଟକ

ଢେଙ୍କାନାଳ : ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ କଳା ପତାକା ପ୍ରଦର୍ଶନ। ଓଡ଼ିଶା ରାଜ୍ୟ ରାଜସ୍ୱ ଓ ପ୍ରାକୃତିକ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଆଜି ଅପରାହ୍ନରେ ଢେଙ୍କାନାଳ ଗସ୍ତରେ ଆସିଥିବା ବେଳେ କିଛି ଯୁବକ ତାଙ୍କୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ସମୀକ୍ଷା ବୈଠକରେ ଯୋଗଦେବାକୁ ଯିବା ସମୟରେ କିଛି ଯୁବକ ତାଙ୍କୁ କଳା ପତାକା ଦେଖାଇ ପ୍ରତିବାଦ କରିଥିଲେ । ସୂଚନା ଅନୁସାରେ ଢେଙ୍କାନଳର ପୂର୍ବତନ ଉପଜିଲ୍ଲାପାଳ ଓ ବର୍ତ୍ତମାନ ଢେଙ୍କାନାଳରେ ଅବସ୍ଥାପିତ ଥିବା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଗିରଫ ଓ ନିଲମ୍ବନ ପାଇଁ ଏହି ଯୁବକମାନେ ନାରାବାଜି କରିଥିଲେ।

Comments are closed.