Latest Odisha News

BREAKING NEWS

ବିବାହ ବନ୍ଧନରେ ଆବଦ୍ଧ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଦନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ବିବାହର ଫଟୋ ପୋଷ୍ଟ କରି ମଲାଲା ଏହି ସୂଚନା ଦେଇଛନ୍ତି। ଚିତ୍ର ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ ବିବାହ କରିଛନ୍ତି ଏବଂ ଆଗାମୀ ଜୀବନକୁ ନେଇ ବେଶ୍‌ ଉତ୍ସାିତ ଅଛନ୍ତି।

ମଲାଲା ଟ୍ୱିଟରରେ ଲେଖିଛନ୍ତି, “ଆଜି ମୋ ଜୀବନର ଏକ ବିଶେଷ ଦିନ, ଅସର୍‌ ଏବଂ ମୁଁ ବିବାହ କରିଛୁ। ଆମେ ବର୍ମିଂହାମ ଠାରେ ଆମ ପରିବାର ସହିତ ନିକାହ ସମାରୋହ ସମାପ୍ତ କରିଛୁ। ଆମକୁ ଆଶୀର୍ବାଦ କରୁନ୍ତୁ। ଆଗକୁ ଏକାଠି ବଢିବା ପାଇଁ ଆମେ ବେଶ୍‌ ଉତ୍ସାହିତ ଅଛୁ ବୋଲି କହିଛନ୍ତି ମଲାଲା।

ମଲାଲାଙ୍କ ସ୍ୱାମୀ ଅସର୍‌, ତାଙ୍କ ପିତାମାତାଙ୍କୁ ତାଙ୍କ ପୋଷ୍ଟ କରାଯାଇଥିବା ଚିତ୍ରରେ ଦେଖିବାକୁ ମିଳିଛି।

ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବାରୁ ପାକିସ୍ତାନୀ ତାଲିବାନ ତାଙ୍କ ଉପରେ ଗୁଳି ଚାଳନା କରିଥିଲେ। ୨୦୧୨ରେ ମସିହାରେ ମାତ୍ର ୧୫ ବର୍ଷ ବୟସରେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ସେ ବିଦେଶରେ ମାସେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ।

୨୦୧୪ ମସିହାରେ ୧୭ ବର୍ଷ ବୟସରେ ମାଲାଲା ୟୁସୁଫଜାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ମଲାଲା ଗତ ବର୍ଷ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଦର୍ଶନ, ରାଜନୀତି ଏବଂ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ।

Comments are closed.