Latest Odisha News

ଆଜି ରାଜ୍ୟରୁ ୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୨୩ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୬୪ଟି ଲୋକାଲ୍‌ କେସ୍‌ ରହିଛି।

ସେହିପରି ଅନୁଗୁଳରୁ ୨, ବାଲେଶ୍ବରରୁ ୯, ବରଗଡରୁ ୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, କଟକରୁ ୩୩, ଦେଓଗଡରୁ ୬, ଢେଙ୍କାନାଳରୁ ୫, ଗଜପତିରୁ ୭, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୦, ଝାରସୁଗୁଡାରୁ ୧, କନ୍ଧମାଳରୁ ୧,  କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୪,  ଖୋର୍ଦ୍ଧାରୁ ୧୯୫, ମୟୁରଭଞ୍ଜରୁ ୨, ନବରଙ୍ଗପୁରରୁ ୧ ନୟାଗଡରୁ ୬, ପୁରୀରୁ ୧୨, ରାୟଗଡାରୁ ୧, ସମ୍ବଲପୁରରୁ ୧୮, ସୋନପୁରରୁ ୧, ସୁନ୍ଦରଗଡରୁ ୬ ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Comments are closed.