Latest Odisha News

BREAKING NEWS

ବାଂଲାଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବାଂଲାଦେଶ କୋର୍ଟ ପୂର୍ବତନ ତଥା ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ସିହ୍ନା ଭାରତର ପ୍ରଥମ ପ୍ରଧାନ ବିଚାରପତି ହୋଇଥିଲେ। ଅର୍ଥ ହେରଫେର ମାମଲାରେ ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ସାତ ବର୍ଷ ଏବଂ ଟ୍ରଷ୍ଟ ଅପରାଧ ଉଲ୍ଲଂଘନ ପାଇଁ ଚାରି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୭୦ ବର୍ଷୀୟ ସିହ୍ନା ଏବେ ଆମେରିକାରେ ରହୁଛନ୍ତି।

କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ (ଜଷ୍ଟିସ୍) ସିହ୍ନା ଅର୍ଥ ହେରଫେରର ମୁଖ୍ୟ ଲାଭକାରୀ ଅଟନ୍ତି। ତାଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାରି ବର୍ଷ ପୂର୍ବେ ବିଦେଶ ଗସ୍ତ ସମୟରେ ସିହ୍ନା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ସରକାର ତାଙ୍କୁ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ। ସିହ୍ନା ଜାନୁୟାରୀ ୨୦୧୫ରୁ ନଭେମ୍ବର ୨୦୧୭ ପର୍ଯ୍ୟନ୍ତ ଦେଶର ୨୧ତମ ପ୍ରଧାନ ବିଚାରପତି ଥିଲେ।

Comments are closed.