Latest Odisha News

BREAKING NEWS

କୂଅରେ ପଡ଼ି ପ୍ରାଣ ହରାଇଲେ କୋମଳମତି ଶିଶୁ

ଖୋର୍ଦ୍ଧା: ଖେଳୁଥିବା ଅବସ୍ଥାରେ କୂଅରେ ପଡ଼ି ପ୍ରାଣ ହରାଇଲେ ଜଣେ ଶିଶୁ ପୁତ୍ର। ଏହିଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଅଲାଇଡ଼ିହ ଗ୍ରାମରେ।

ସୂଚନା ଅନୁଯାୟୀ, ଅଲାଇଡ଼ିହ ଗ୍ରାମର ଶିବ ଶଙ୍କର କୁମାରଙ୍କ ଅଢ଼େଇ ବର୍ଷର ପୁଅ ସୂର୍ଯ୍ୟ କୁମାର ଖେଳୁଥିଲେ। ଅସାବଧାନତା ଯୋଗୁଁ ବାରି ପଛ ପଟେ ଥିବା କୂଅରେ ଖସିପଡ଼ିଥିଲେ। ଏହାଦେଖି ସଙ୍ଗେସଙ୍ଗେ ପରିବାରବର୍ଗ ବାଲୁଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

ଅଗ୍ନିଶମ ବାହିନୀ ଅଧିକାରୀ ନିତ୍ୟାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଦୀର୍ଘ ସମୟ ଅକ୍ଲାନ୍ତ ପରିଶ୍ରମ କରି ୪୦ଫୁଟ୍ ଗଭୀର କୂଅରୁ ଶିଶୁକୁ ଉଦ୍ଧାର କରିଥିଲେ। ପରେ ଶିଶୁକୁ ବାଲୁଗାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.