Latest Odisha News

BREAKING NEWS

[ଭିଡ଼ିଓ] ବାଡ଼ିରେ ଫଳିଛି କରୋନା ଭାଇରସ୍ ଆକୃତିର କାକୁଡି

ଉମରକୋଟ: ବାଡ଼ିରେ ଫଳିଛି କାକୁଡି । ହେଲେ ତାହା ସମ୍ପୁର୍ଣ୍ଣ ଭିନ୍ନ ଧରଣର । ଦେଖିବାକୁ ଠିକ୍ କରୋନା ଭାଇରସ୍ ଆକୃତିର । ଯାହାକି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହୁଏନି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁର ସରାଗୁଡ଼ା ଗ୍ରାମରେ । ଯେଉଁଠି ଜଣକ ଘରେ ଏଭଳି କରୋନା ଆକୃତିର କାକୁଡ଼ି ଫଳିଥିବା ଦେଖିବାକୁ ମିଳିଛି ।

କାକୁଡି ଦେହ ଚିକଣ ରହିଥିବା ବେଳେ କିନ୍ତୁ ଏହି କାକୁଡି ଦେହ ସାରା ଲମ୍ବା ଲମ୍ବା କଣ୍ଟା ବାହାରିଛି । କାକୁଡିଟି ଠିକ ସେହି କରୋନା ଭାଇରସ ଆକୃତି ସହିତ ମେଳ ଖାଉଛି । କରୋନା ଭାଇରସ ଆକୃତିର କାକୁଡ଼ି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କରୋନା ପ୍ରତିକୃତିର କାକୁଡି ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି  ।

ଏହି କାକୁଡି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ କାକୁଡି ଦେଖିବାକୁ ଦୂର ଦୂରାନ୍ତରୁ ଲୋକଙ୍କୁ ଭିଡ଼ ଲାଗିଛି ।

 

Comments are closed.