Latest Odisha News

BREAKING NEWS

୯୯ ଦେଶର ଲୋକଙ୍କୁ କ୍ୱାରୋଂଟାଇନ ଫ୍ରି ଏଂଟ୍ରି ଘୋଷଣା କଲା ଭାରତ

ନୂଆଦିଲ୍ଲୀ: ଭାରତ ସରକାର ସୋମବାର ଏକ ବଡ ଘୋଷଣା କରିଛି । ଏହା ଅନୁସାରେ ଏବେ ୯୯ ଦେଶର ଲୋକେ ଭାରତକୁ କ୍ୱାରେଂଟାଇନ ଫ୍ରି ଏଂଟ୍ରି କରିପାରିବେ । ଗତବର୍ଷ ମାର୍ଚ୍ଚରେ ଟୁରିଷ୍ଟ ଭିଜା ବାତିଲ କରି ଦିଆ ଯାଇଥିଲା । ତେବେ ୭୨ ଘଂଟା ମଧ୍ୟରେ ପର୍ଯ୍ୟଟକଙ୍କୁ ଏୟାର ସୁବିଧା ପୋର୍ଟାଲରେ କରୋନା ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ହେବ ।

ତେବେ କେତେକ ଦେଶକୁ ଆଟ ରିସ୍କ କାଟାଗୋରିରେ ରଖାଯାଇଛି, ସେଗୁଡିକ ମଧ୍ୟରେ ୟୁକେ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଂଲାଦେଶ, ଚୀନ, ମୋରିସସ, ନ୍ୟୁଜିଲାଣ୍ଡ, ଜିମ୍ବାୱେ ପ୍ରମୁଖ ରହିଛନ୍ତି । ଏହି ଦେଶର ବ୍ୟକ୍ତିମାନଙ୍କୁ ବିମାନବନ୍ଦର ବାହାରକୁ ଯିବା ପାଇଁ ଅନୁମତି ମିିଳିବ ନାହିଁ । ଏ କାଟାଗୋରୀ ଦେଶର ଲୋକମାନେ ବିମାନ ବନ୍ଦର ବାହାରକୁ ଯିବା ଅନୁମତି ପାଇବେ ।

Comments are closed.