Latest Odisha News

BREAKING NEWS

ବାବାଜୀ ସତ୍ୟାନନ୍ଦ ଦାସ ପାଇଲେ କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ

ଭୁବନେଶ୍ୱର : କଳା ମଣିମା ଟ୍ରଷ୍ଟ ଭୁବନେଶ୍ୱର ପକ୍ଷରୁ, ସ୍ଥାନୀୟ ରାଧା ବଲ୍ଲଭ ମଠ ପରିସରରେ “କଳା ମଣିମା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କୁ “କଳା ମଣିମା ସର୍ବୋଚ୍ଚ ସେବା ସମ୍ମାନ” ସଂଯୁକ୍ତା ରାଉତଙ୍କୁ ନିଷ୍ଠାପର ସେବା ପାଇଁ , ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କୁ ଜଗନ୍ନାଥ ସେବା ସମ୍ମାନ, ଭାସ୍କର ମହେଶ୍ବର ନାଥଙ୍କୁ ସାରସ୍ୱତ ସମ୍ମାନ ପୁଲିନ ସାହୁଙ୍କୁ କର୍ପୋରେଟ ସମ୍ମାନ ପ୍ରଦାନ କରାଯାଇଛି। ଏହା ସହ ସତ୍ୟଶ୍ରୀ ପଟ୍ଟନାୟକ , ପାର୍ଥ ସାରଥୀ ତ୍ରିପାଠୀ ଓ ମହୀ ମୋହନ ତ୍ରିପାଠୀଙ୍କୁ ମହାପ୍ରଭୁଙ୍କ ଲାଗି ପାଟ ଓ ନୀଳଚକ୍ର ବାନା ପ୍ରଦାନ କରାଯାଇଥିଲା।

ରାଧା ବଲ୍ଲଭ ମଠର ମଠାଧୀଶ ମହନ୍ତ ରାମକୃଷ୍ଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାବନ୍ଧିକ ଭାସ୍କର ମିଶ୍ର ସମ୍ମାନିତ ଅତିଥି ଭାବରେ, ସତ୍ୟାନନ୍ଦ ଦାସ ମହାରାଜ ମୁଖ୍ୟ ବକ୍ତା ଭାବରେ ଏବଂ ଦୀନବନ୍ଧୁ ମହାରଣା, ଲୋକନାଥ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ କଳା ମଣିମା ଟ୍ରଷ୍ଟର ସହ ସମ୍ପାଦକ ଅମୀୟଭାନୁ ଧଳ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଜ୍ଞାନ ରଞ୍ଜନ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଉମେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.