Latest Odisha News

ମିସାଇଲ ମାଡ କରି ନିଜ ସାଟେଲାଇଟ ଧ୍ୱଂସ କଲା ରୁଷିଆ: ଆମେରିକା, ନାସା କ୍ଷୁବ୍ଧ

ୱାଶିଂଟନ: ରୁଷିଆର ଆଜି ଏକ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଆମେରିକା ଏବଂ ନାସା ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରୁଷିଆ ତାର ଏକ ଅଚଳ ସାଟେଲାଇଟ ମିସାଇଲ ମାଡ କରି ଧ୍ୱଂସ କରିଥିଲା । ଏହା ଫାଟିବା ଫଳରେ ଏହାର ୧୫୦୦ ଖଣ୍ଡ ସ୍ପେସ ଏରିଆରେ ଖେଳାଇ ହୋଇଯାଇଥିଲା । ଯାହା ଫଳରେ ଇଂଟରନ୍ୟାଶନାଲ ସ୍ପେସ ଷ୍ଟେସନରେ ଥିବା ୭ କ୍ରୁ ସଦସ୍ୟଙ୍କୁ କ୍ୟାପସୁଲ ଭିତରକୁ ଯିବାକୁ ପଡିଥିଲା ।

ରୁଷର ଏହି ପଦକ୍ଷେପ ଯୋଗୁ ମହାକାଶରେ ବିଭିନ୍ନ ଦେଶ ମଧ୍ୟରେ ଅଶାନ୍ତି ସୃଷ୍ଟି ହେବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି । ଆମେରିକା ଏ ନେଇ ତାର ସହଯୋଗୀ ରାଷ୍ଟ୍ର ସହ ଆଲୋଚନା ଆରମ୍ଭ କରିଦେଇଛି । ୧୯୮୨ରେ ରୁଷ କସମସ ନାମକ ଏହି ସାଟେଲାଇଟ ଲଂଚ କରିଥିଲା । ବଡ ରାଷ୍ଟ୍ରମାନେ ଦାୟିତ୍ୱ ସମ୍ପନ୍ନ ଭାବେ ସମସ୍ତ କାର୍ଯ୍ୟ କରିବା ଉଚିତ ବୋଲି ନାସା ପକ୍ଷରୁ କୁହାଯାଇଛି ।

Comments are closed.