ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ସଂଗଠିତ ହେବ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହା ଉତ୍ତରପୂର୍ବ ଏସିଆ, ଅଷ୍ଟ୍ରେଲିଆ, ଆମେରିକା, ଆଲାସ୍କା ହାଓ୍ୱାଇର କିଛି ଅଂଶ ସମେତ ଉତ୍ତର ୟୁରୋପର କିଛି ଅଞ୍ଚଳରେ ଦୃଶ୍ୟମାନ ହେବ । ଭାରତରେ ଏହା ଦୃଶ୍ୟମାନ ହେବ ନାହିଁ । ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଏହି ଚନ୍ଦ୍ରଗ୍ରହଣକୁ ବେଶ ଗୁରୁତ୍ୱ ଦିଆଯାଉଛି । କାରଣ ଗତ ପ୍ରାୟ ୫୮୧ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ସମୟ ଧରି ହେବାକୁ ଥିବା ଏହି ଚନ୍ଦ୍ରଗ୍ରହଣ । ଏହା ପ୍ରାୟ ୩ଘଣ୍ଟା ୨୮ ମିନିଟ ୨୪ ସେକେଣ୍ଡ ଧରି ଚାଲିବ ।
ଭାରତୀୟ ସମୟ ଦିନ ୧୧ଟା ୩୨ରେ ଆରମ୍ଭ ହେବ ଚନ୍ଦ୍ରଗ୍ରହଣ । ଏହି ସମୟରେ ପୃଥିବୀର ଉପଛାୟାରେ ପ୍ରବେଶ କରିବ ଚନ୍ଦ୍ର । ସେଦିପରି ଦିନ ୧୨ଟା ୪୮ ମିନିଟରେ ପୃଥିବୀର ଛାୟାରେ ଚନ୍ଦ୍ର ପ୍ରବେଶ କରିବ । ଅପରାହ୍ଣ ୨ଟା ୩୨ମିନିଟ୍ ସୁଦ୍ଧା ଚନ୍ଦ୍ରର ସର୍ବାଧିକ ୯୭.୪୨% ଭାଗ ପୃଥିବୀ ଛାୟାରେ ପ୍ରବେଶ କରିସାରିଥିବ । ଅପରାହ୍ଣ ୪ଟା ୧୭ରେ ପୃଥିବୀର ଛାୟାରୁ ବାହାରିବା ଆରମ୍ଭ କରିବ ଚନ୍ଦ୍ର ।
ଆଜି ହେଉଛି ବର୍ଷର ଦ୍ୱିତୀୟ ଓ ଶେଷ ଚନ୍ଦ୍ରଗ୍ରହଣ । ୧୪୪୦ ମସିହା ଫେବ୍ରୁଆରୀ ୧୮ ତାରିଖରେ ଶେଷ ଥର ଲମ୍ବା ଚନ୍ଦ୍ରଗ୍ରହଣ ସଂଗଠିତ ହୋଇଥିଲା । ଏପରି ଏକ ଲମ୍ବା ଚନ୍ଦ୍ରଗ୍ରହଣ ଦେଖିବାକୁ ଆଉ ୪୬୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । କାରଣ ପରବର୍ତ୍ତୀ ଲମ୍ବା ସମୟ ଧରି ଚାଲିବାକୁ ଥିବା ଚନ୍ଦ୍ରଗ୍ରହଣ ୨୪୮୯ ମସିହା ଅକ୍ଟୋବର ୯ ତାରିଖରେ ହେବ ।
BREAKING NEWS
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
- କୋହଲିଙ୍କ ଶତକ ଯୋଗୁ ବୃଦ୍ଧି ହେଲା ଟିକେଟ ବିକ୍ରି
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
Comments are closed.