Latest Odisha News

BREAKING NEWS

ଏଣିକି ଟିଭିରେ ଅଭିନୟ କରିପାରିବେନି ମହିଳା କଳାକାର

ଭୁବନେଶ୍ବର: ଆଫଗାନିସ୍ତାନର ତାଲିବାନ ପ୍ରଶାସନ ଏକ ନୂଆ ‘ଗାଇଡଲାଇନ’ ଜାରି କରିଛି। ଯାହା ଅନୁଯାୟୀ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକରେ ମହିଳା ଅଭିନେତ୍ରୀଙ୍କୁ ସିରିଏଲ କିମ୍ବା ଧାରାବାହିକରେ ଦେଖାଯାଇପାରିବ ନାହିଁ। ଅର୍ଥାତ୍‌ କୌଣସି ମହିଳା ଅଭିନେତ୍ରୀ ଟେଲି ଧାରାବାହିକରେ ଅଭିନୟ କରିପାରିବେ ନାହିଁ।

ଏହାପୂର୍ବରୁ ମହିଳା ଟିଭି ସାମ୍ବାଦିକମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବା ସମୟରେ ହିଜାବ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହା ନିୟମ ନୁହେଁ ବରଂ ଧାର୍ମିକ ନିର୍ଦ୍ଦେଶାବଳୀ।

ତାଲିବାନ କ୍ରମାଗତ ଭାବରେ ଦାବି କରୁଛି ଯେ ମହିଳାମାନେ ମଧ୍ୟ ଏହାର ନୂତନ ଶାସନରେ ସ୍ଥାନ ପାଇବେ, କିନ୍ତୁ ଏହା ସତ୍ତ୍ବେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଘୋଷଣା କରାଯାଇଛି।

Comments are closed.