Latest Odisha News

ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା

ନୂଆଦିଲ୍ଲୀ : ଆସନ୍ତାବର୍ଷ ମାର୍ଚ୍ଚରେ ଆସିବ ଓମିକ୍ରନ ବିନାଶକାରୀ ଟିକା । ଓମିକ୍ରନର ମୁକାବିଲା ଲାଗି ଫାଇଜରର ତିନିଟି ଟିକା ସକ୍ଷମ ହେବ ବୋଲି କହିଛି କମ୍ପାନୀ । ଜର୍ମାନୀ ଓ ଆମେରିକାର ମିଳିତ ଉଦ୍ୟମରେ ପ୍ରସ୍ତୁତ ଫାଇଜର-ବାୟୋଏନଟେକ୍ ପକ୍ଷରୁ କୁହାଯାଇଛି ଯେ, ଫାଇଜରର ଦୁଇଟି ଡୋଜ ଓମିକ୍ରନ ବିରୋଧରେ ଅମୋଘ ଅସ୍ତ୍ର ସାବ୍ୟସ୍ତ ହୋଇଛି । ତେବେ ଏହାର ତୃତୀୟ ଡୋଜ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେବ ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ବୋଲି କହିଛନ୍ତି ବାୟୋଏନଟେକ ଚିଫ ମେଡିକାଲ ଅଫିସର ଓଜେମ ଟୁଏରେସି ।

ଓମିକ୍ରନକୁ ନେଇ ସାରା ବିଶ୍ବ ଚିନ୍ତିତ ଥିବା ବେଳେ, ପ୍ରଥମ ଥର ଲାଗି ଏଭଳି ଆଶ୍ବସ୍ତି ଦେଇଛି ବାୟୋଏନଟେକ । ଗବେଷଣାଗାରରେ ଏହି ଟିକାର ସଫଳ ପରୀକ୍ଷା କରାଯାଇଛି । ଏବଂ ଅନୁମତି ମିଳିଲେ ଖୁବଶୀଘ୍ର ଏହାର ସାର୍ବଜନୀନ ପ୍ରୟୋଗ କରାଯିବ । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ବି ଖୁସି ପ୍ରକାଶ କରିଛନ୍ତି । ଏହା ଏକ ଉତ୍ସାହପ୍ରଦ ପଦକ୍ଷେପ ଏବଂ ଏହି ଟିକା ତୁରନ୍ତ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଆମେରିକା ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଓ୍ବାଲଟର ଓରେନଷ୍ଟିନ କହିଛନ୍ତି କି, ବର୍ତ୍ତମାନ ଦିଆଯାଉଥିବା ଟିକା ବି ଓମିକ୍ରନ ବିରୋଧରେ ଲଢ଼ିବାକୁ ସକ୍ଷମ ହେଉଛି । ଏହି ଟିକାଦାନ ପ୍ରକ୍ରିୟା ଜାରି ରହିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି ।

Comments are closed.