Latest Odisha News

ଦକ୍ଷିଣ ମେକ୍ସିକୋରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ୫୩ ମୃତ

ମେକ୍ସିକୋ : ଦକ୍ଷିଣ ମେକ୍ସିକୋରେ ଏକ ରାଜପଥ ଉପରେ ଏକ କର୍ଗୋଟ୍ରକ ଭାରସାମ୍ୟ ହରାଇ ଖସି ପଡ଼ିବା ଫଳରେ ୫୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଅନ୍ୟପଟେ ଫେଡେରାଲ ଆଟର୍ଣ୍ଣ ଜେନେରାଲ ଅଫିସ କହିଛି ଯେ ପ୍ରାଥମିକ ଆକଳନ ଅନୁଯାୟୀ ୫୩ ଜଣଙ୍କ ମୃତ୍ୟୁ ହୋଇଛି।

ଅନ୍ୟପଟେ ଏହି ଦୁର୍ଘଟଣାରେ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ଅଧିକାରୀ ମାନେ ପହଁଞ୍ଚି ତଦାରଖ ଜାରି ରଖିଛନ୍ତି। ଟ୍ରକଟି ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି।

Comments are closed.