Latest Odisha News

ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ, ୫୦ ମୃତ

ୱାଶିଂଟନ: ଆମେରିକାରେ ଭୟଙ୍କର ଘୁର୍ଣ୍ଣିଝଡ ତାଣ୍ଡବ ରଚିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଏ ପର୍ଯ୍ୟନ୍ତ ୫୦ଜଣଙ୍କର ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିସାରିଛି ଏବଂ ଅନେକ ଆହତ ହୋଇଛନ୍ତି । ଗ୍ରେବ୍ସ ଓ ମେଫିଲ୍ଡ ସହରରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚଳାଇବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଛନ୍ତି । ସେଠାରେ ସେମାନଙ୍କ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯାଇଛି ।

ମେଫିଲ୍ଡରେ ଏକ କ୍ୟାଣ୍ଡେଲ କାରଖାନାର ଛାତ ଭୁଷିଡି ପଡିଥିଲା,ଏଥିଯୋଗୁ ଅନେକ ଧନ ଜୀବନ କ୍ଷୟ ହୋଇଛି । ପାଣିପାଗ ରିପୋର୍ଟ ଅନୁସାରେ ଆଗକୁ ଆର୍କସସ, କେଂଟୁକିଳ ମିସୌରୀ ଓ ଏହାର ଆଖପାଖ ଅଂଚଳରେ ୫୦ରୁ ଅଧିକ ଘୁର୍ଣ୍ଣିଝଡ ହେବାର ସମ୍ଭାବନା ରହିଛି । ଏଥିନେଇ ସମସ୍ତଙ୍କୁ ସତର୍କ କରି ଦିଆଯାଇଛି ।

Comments are closed.