Latest Odisha News

ମହେନ୍ଦ୍ରଗିରି ଘାଟିରୁ ଖସିଲା ଟୁରିଷ୍ଟ ପିକଅପ୍‌ ଭ୍ୟାନ୍‌, ୩ ମୃତ, ୬ ଆହତ

ଗଜପତି : ମହେନ୍ଦ୍ରଗିରି ପର୍ବତରେ ଅଭାବନୀୟ ଘଟଣା । ମହେନ୍ଦ୍ରଗିରି ପର୍ବତର ଶୈବପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ ୨୦୦ ଫୁଟ ତଳକୁ ଖସିଲା ପିକ୍ ଅପ୍ ଭ୍ୟାନ୍ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୬ ଜଣ ଆହତ ହୋଇଛନ୍ତି । ଗାଡିରେ ଯାଇଥିବା ସମସ୍ତେ ଗାରାବନ୍ଧ ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଗାରାବନ୍ଧ ଅଞ୍ଚଳର ପର୍ଯ୍ୟଟକ ମହେନ୍ଦ୍ରଗିରି ଶୈବପୀଠକୁ ଦର୍ଶନ ପାଇଁ ଯାଇଥିଲେ । ଆଉ ଫେରିବା ବେଳେ, ଏଭଳି ଅଭାବନୀୟ ଘଟଣା ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.