Latest Odisha News

୨୪ ଘଣ୍ଟାରେ ୧୦ଥର କରୋନା ଟିକା ନେଇ ଚର୍ଚ୍ଚାରେ ବ୍ୟକ୍ତି

କରୋନା ଟିକାକରଣକୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଦେଇଛି । ଚିନ୍ତାରେ ପଡିଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଜଣେ ବ୍ୟକ୍ତି ମାତ୍ର ୨୪ଘଣ୍ଟାରେ ୧୦ ଥର କରୋନା ଟିକା ନେଇଛନ୍ତି । ତାହା ବି ଭିନ୍ନ ଭିନ୍ନ ଟିକାକେନ୍ଦ୍ରରୁ ।

ଓମିକ୍ରନ୍ ସଂକ୍ରମଣ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପିଚାଲିଥିବା ବେଲେ ଟିକାକରଣକୁ ଜୋରଦାର କରିଛନ୍ତି ବିଶ୍ୱର ଅନେକ ଦେଶ । ପ୍ରତିଟି ନାଗରିକ କିପରି ଟିକା ନେବେ ସେ ଦିଗରେ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ନ୍ୟୁଜିଲାଣ୍ଡ ବି ଏଥିରୁ ବାଦ ପଡିନି । ନ୍ୟୁଜିଲାଣ୍ଡରେ ଟିକାକରଣ ଜୋରଦାର ଚାଲିଥିବା ବେଲେ ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟାରେ କିପରି ୧୦ ଥର କରୋନା ଟିକା ନେଲା ତାହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଚିନ୍ତା ବଢିଯାଇଛି ।

ଯେଉଁ ବ୍ୟକ୍ତି ଟିକାର ୧୦ଟି ଡୋଜ୍ ନେଇଛନ୍ତି ତାଙ୍କୁ ଟ୍ରେସ୍ କରାଯିବାର ବ୍ୟବସ୍ଥା କରାଯାଉଛି । ଏହା ସହିତ ଅନୁରୋଧ କରାଯାଇଛି କି, ଯେଉଁ ବ୍ୟକ୍ତି ଟିକାର ହେବି ଡୋଜ୍ ନେଇଛନ୍ତି ସେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । କାରଣ ଟିକାର ଅଧିକ ମାତ୍ରା ନେଲେ ଶରୀରରେ କି ପ୍ରକାର ପ୍ରତିକ୍ରିୟା ଆସିପାରେ ତାହା କାହାରିକୁ ଜଣା ନାହିଁ । ତେଣୁ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ କୁହାଯାଇଛି ।

Comments are closed.