Latest Odisha News

BREAKING NEWS

କାଶୀରେ ଆଜି ମୋଦିଙ୍କ ପାଠଶାଳା: ବିଜେପି ଶାସିତ ୧୨ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ

ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତର ଆଜି ଦ୍ୱିତୀୟ ଦିନ । ଆଜି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ । ସେମାନଙ୍କ ରାଜ୍ୟରେ ହେଉଥିବା ବିକାଶମୂଳକ କାମର ହିସାବ ନେବେ ।

ବୈଠକରେ ଉତ୍ତରପ୍ରଦେଶ, ଆସାମ, ଅରୁଣାଚଳ ପ୍ରଦେଶ, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମଣିପୁର ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ସାମିଲ ହେବେ । ସେହିପରି ବିହାର ଓ ନାଗାଲାଣ୍ଡ ଉପମୁଖ୍ୟମନ୍ତ୍ରୀ ବି ଯୋଗ ଦେବେ । ସକାଳ ୯ଟାରୁ ଦ୍ୱିପ୍ରହର ଯାଏ ଏହି ବୈଠକ ଚାଲିବ ।

ଯେଉଁ ସବୁ ରାଜ୍ୟରେ ବିଜେପି ସରକାରରେ ଅଛି ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ସେମାନଙ୍କର ରିପୋର୍ଟ କାର୍ଡ ଦେଖିବେ ପ୍ରଧାନମନ୍ତ୍ରୀ । ଜଣ ଜଣ କହି ପ୍ରଧାନମନ୍ତ୍ରୀଙ୍କ ଆଗରେ ପ୍ରେଜେଣ୍ଟେସନ୍ ଦେବେ । କୁହାଯାଉଛି ସବୁଠୁ ଅଧିକ ସମୟ ଗୁଡ୍ ଗଭର୍ଣ୍ଣାନ୍ସ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Leave A Reply

Your email address will not be published.