Latest Odisha News

ଝିଅଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବକୁ ନେଇ ଉତ୍ତେଜନା; ରେକର୍ଡ ପରିମାଣର ବିବାହ ଅନୁଷ୍ଠିତ

ନୂଆଦିଲ୍ଲୀ: ବାଳିକାମାନଙ୍କ ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବାକୁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ ସରକାର ପ୍ରସ୍ତୁତ ହେଉଛନ୍ତି। ଏହି ବିଷୟରେ ଶୀଘ୍ର ଏକ ବିଲ୍ ମଧ୍ୟ ଗୃହରେ ପାରିତ ହୋଇପାରେ ବୋଲି ଜଣାପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତି ପରେ ମେୱାତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ମହିଳାଙ୍କ ପାଇଁ ବିବାହ ବୟସ ବଢାଇବା ପାଇଁ ସରକାରଙ୍କ ଏକ ବିଲକୁ ନେଇ ମୁସଲିମ ସଂଖ୍ୟାଲଘୁ ମେୱାତ ଅଞ୍ଚଳରେ ରେକର୍ଡ ପରିମାଣର ବିବାହ ଅନୁଷ୍ଠିତ ହୋଇଛି।

ଚଳିତ ସପ୍ତାହରେ ୧୮ ରୁ ୨୦ ବର୍ଷ ବୟସର ଝିଅମାନଙ୍କର ଶହ ଶହ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

ସପ୍ତାହ ଶେଷରେ ଗୁରୁଗ୍ରାମରେ ଅଦାଲତ ବିବାହ କରୁଥିବା ଆନ୍ତଃ ଜାତି ଦମ୍ପତିଙ୍କ ସଂଖ୍ୟା ୪ ଗୁଣ ବୃଦ୍ଧି ପାଇଥିବା ସ୍ଥାନୀୟ ଓକିଲ ପ୍ରକାଶ କରିଛନ୍ତି।

Comments are closed.