Latest Odisha News

BREAKING NEWS

ଐଶ୍ୱର୍ଯ୍ୟାଙ୍କୁ ସମନ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନ୍ । ପାନାମା ପେପର୍ସ ଲିକ୍ ମାମଲାରେ ତାଙ୍କୁ ସମନ୍ କରିଛି ଇଡି । ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କରାଯିବ । ତାଙ୍କ ବୟାନ ବି ରେକର୍ଡ ହେବ । ଏଥିପାଇଁ ସମନ୍ ହୋଇଛି ।

ପାନାମା ପେପର୍ସ ଲିକ୍ ଘଟଣାରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂରେ ଏକ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୂର୍ବରୁ ଐଶ୍ୱର୍ଯ୍ୟାଙ୍କୁ ଇଡି ଦୁଇ ଦୁଇ ଥର ସମନ୍ ପଠାଇଥିଲା । ତେବେ ହାଜର ହେବାକୁ ସମୟ ନେଇଥିଲେ ଐଶ୍ୱର୍ଯ୍ୟା ।

୨୦୧୬ରେ ସାମନାକୁ ଆସିଥିଲା ପାନାମା ପେପର ଲିକ୍ । ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ ଲିକ୍ ହୋଇଥିଲା । ଯେଉଁଥିରେ ଜଣା ପଡ଼ିଥିଲା ବହୁ ବିଶିଷ୍ଟ ଓ ପ୍ରଭାବଶାଳୀ ବ୍ୟକ୍ତି ଟିକସ ଫାଙ୍କିବା ପାଇଁ ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଛନ୍ତି ।

୪୨୪ ଜଣ ଭାରତୀୟଙ୍କ  ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ଜଣାପଡିଥିଲା । ତାଲିକାରେ କିଛି ରାଜନେତା ଓ ଫିଲ୍ମ ଷ୍ଟାରଙ୍କ ନାଁ ଥିଲା । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାଁ ଥିବା ଚର୍ଚ୍ଚା ହୋଇଥିଲା ।

Comments are closed.