Latest Odisha News

ନାଡାଲ କରୋନା ସଂକ୍ରମିତ

ମାଡ୍ରିଡ: ବିଶ୍ୱର ମହାନ ଟେନିସ ଖେଳାଳି ସ୍ପେନର ରାଫେଲ ନାଡାଲ କରୋନା ସଂକ୍ରମିତ ହୋଇଛନ୍ତି । ୩୫ ବର୍ଷୀୟ ନାଡାଲ ସୋସିଆଲ ସାଇଟରେ ଏ ନେଇ ସୂଚନା ଦେଇଛନ୍ତି । ଆବୁଧାବିରୁ ସ୍ପେନ ଫେରୁଥିବା ସମୟରେ କରାଯାଇଥିବା ପିସିଆର ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ମୁଁ ଘରେ ଆଇସୋଲେସନରେ ରହିଛି ।

ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ତୁରନ୍ତ ଟେଷ୍ଟ କରାଇ ନିଅ ବୋଲି ନାଡାଲ ପରାମର୍ଶ ଦେଇଛନ୍ତି । ୫ ମାସ ପରେ ଆଘାତ ସମସ୍ୟାରୁ ମୁକଳି ସେ କୋର୍ଟକୁ ପୁନର୍ବାର ଫେରିଥିଲେ । ଆବୁଧାବିରେ ଅନୁଷ୍ଠିତ ୱାର୍ଲ୍ଡ ଟେନିସ ପ୍ରଦର୍ଶନୀ ମ୍ୟାଚରେ ନାଡାଲ ବ୍ରିଟେନର ଆଣ୍ଡି ମୁରେଙ୍କ ନିକଟରୁ ପରାଜିତ ହୋଇଥିଲେ ।

Comments are closed.