Latest Odisha News

ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନ ପତ୍ର ଆହ୍ବାନ : ସାମାଜିକ କଲ୍ୟାଣରେ ବୈଷୟିକ ସମାଧାନ ସୃଷ୍ଟି ପାଇଁ ଭାରତର ୧୦୦ ମେଧାବୀ ଛାତ୍ରଛାତୀଙ୍କୁ ସୁଯୋଗ

ମୁମ୍ବାଇ : ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ବ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପାଇଁ ଆବେଦନପତ୍ର ଆହ୍ୱାନ କରୁଛି । ରିଲାଏନ୍ସ ଫାଉଣ୍ଡେସନ ୧୦୦ ଜଣ ସବୁଠୁ ମେଧାବୀ ଅନୁସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ଉଦାର ଆର୍ଥିକ ଅନୁଦାନ ଏବଂ ମଜଭୁତ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ସହାୟତା ଯୋଗାଇଦେବ । ଯାହା ସେମାନଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ ସେମାନଙ୍କର କୁଶଳତାରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ । ଭାରତର ବୈଷୟିକ ବିକାଶରେ ରିଲାଏନ୍ସ ଫାଉଣ୍ଡେସନ୍ ବୃତ୍ତିଧାରକମାନେ ଆଗରେ ରହିବା ସହ ନେତୃତ୍ବ ନେବାର ସୁଯୋଗ ନେଇପାରିବେ ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କମ୍ପ୍ୟୁଟର ବିଜ୍ଞାନ, ଗଣିତ ଓ କଂପ୍ୟୁଟିଂ, ଇଲେକ୍ଟ୍ରିକାଲ ବା ଇଲେକଟ୍ରୋନିକ୍ସି ଇଞ୍ଜିନିୟରିଂରେ ପାଞ୍ଚ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଏବଂ ସ୍ନାତକୋତ୍ତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମରେ ୬୦ ଜଣ ପର୍ଯ୍ୟନ୍ତ ଅଣ୍ଡର ଗ୍ରାଜୁଏଟ୍‌ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବାର ବ୍ୟବସ୍ଥା ଥିବା ବେଳେ ୪୦ ଜଣ ପର୍ଯ୍ୟନ୍ତ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ଅଧ୍ୟୟନ କାଳରେ ପ୍ରଦାନ କରାଯିବ ।

ରିଲାଏନ୍ସ ଫାଉଣ୍ଡେସନ ବିଶାରଦଙ୍କ ସହିତ ଭାବ ବିନିମୟ, ଶିଳ୍ପ ସହିତ ପରିଚିତି ଏବଂ ସ୍ୱେଚ୍ଛାକୃତ ପ୍ରୟାସ ସମେତ ଅନନ୍ୟ ସାମଗ୍ରିକ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ଏହି ଉଜ୍ଜ୍ୱଳ ମେଧାବୀମାନଙ୍କର ପରିପୋଷଣ ଏବଂ ସମର୍ଥନ କରିବ । ଏହାଦ୍ୱାରା ପ୍ରତିବର୍ଷ ଅନନ୍ୟ ଉତ୍କର୍ଷର ଏକ ବର୍ଗ ସୃଷ୍ଟିର ସୁଯୋଗ ଯୋଗାଇ ଦେବ । ଏହି ବୃତ୍ତି ପାଇଁ ଆବେଦନ କରିବାକୁ କୌଣସି ଦେୟ ରଖାଯାଇନାହିଁ । ସମାଜ କଲ୍ୟାଣ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା କ୍ଷେତ୍ରରେ ଏକ କର୍ପୋରେଟ ଦ୍ୱାରା ମୂଲ୍ୟଗତ ଦୃଷ୍ଟିରୁ ଏହା ଅନ୍ୟତମ ସର୍ବବୃହତ ବୃତ୍ତି କାର୍ଯ୍ୟକ୍ରମ ହୋଇଛି ।

୨୦୨୧ ବର୍ଷରେ ୭୬ ଜଣ ଅଣ୍ଡର ଗ୍ରାଜୁଏଟ୍‌ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କମ୍ପ୍ୟୁଟର ବିଜ୍ଞାନ ଆଦି ଶିକ୍ଷା ପାଇଁ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ ବୃତ୍ତି ପ୍ରଦାନ କରାଯାଇଥିଲା । ରିଲାଏନ୍ସ ଫାଉଣ୍ଡେସନର ଏହି ମେଧାସଂପନ୍ନ ଛାତ୍ରଛାତ୍ରୀ ଦେଶର ୧୪ଟି ରାଜ୍ୟର ୨୧ଟି ଶୀର୍ଷସ୍ତରୀୟ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷା ପ୍ରତିଷ୍ଠାନରେ ବଛା ବଛା ଡିଗ୍ରୀ ପାଠ୍ୟକ୍ରମରେ ପୂର୍ଣ୍ଣକାଳୀନ ଅଧ୍ୟୟନ କରୁଛନ୍ତି । ଏହି ପ୍ରଥମ ବ୍ୟାଚ ମେଧାବୀ ଛାତ୍ରଛାତ୍ରୀ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞ ମାନଙ୍କ ସହିତ ଏକାଧିକ ବୃତ୍ତିଗତ ଦକ୍ଷତା ପରିବର୍ଦ୍ଧନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି ।

ରିଲାଏନ୍ସ ଫାଉଣ୍ଡେସନ ବୃତି ଅତ୍ୟନ୍ତ କଠିନ ଏବଂ ତୀବ୍ର ପ୍ରତିଯୋଗିତାମୂଳକ ମନୋନୟନ ପ୍ରକ୍ରିୟାରେ ଭାରତରେ ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବ । ଏହି ପ୍ରକ୍ରିୟା ମଧ୍ୟରେ ଅନ୍‌ଲାଇନ ଆବେଦନ ସହିତ ଭାରତୀୟ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ଏକ ମଣ୍ଡଳୀ ଦ୍ୱାରା ସାକ୍ଷାତକାର ପ୍ରକ୍ରିୟା ସାମିଲ ରହିଛି । ମେଧା ଆଧାରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ଏବଂ ସମସ୍ତ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆବେଦନ କରିବାକୁ ଉତ୍ସାହିତ କରାଯାଉଛି । ବାଲ୍ୟାବସ୍ଥାରୁ ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ ବିଶ୍ୱଶ୍ରେଣୀର ଶିକ୍ଷାର ସୁଯୋଗ ନେବାରେ ଉନ୍ନତି ସାଧନ ଏବଂ ଏଭଳି ଏକ ବ୍ୟବସ୍ଥା ବିକଶିତ କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଚାଲିଥିବା ପ୍ରକ୍ରିୟାର ଏହି ବୃତ୍ତି ଏକ ଅଂଶବିଶେଷ ହୋଇଛି ।

ରିଲାଏନ୍ସ ଫାଉଣ୍ଡେସନ ବିଦ୍ୟାଳୟ ସମୂହ ବର୍ଷକୁ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି । ଧୀରୁଭାଇ ଅମ୍ବାନି ବୃତ୍ତି ୧୯୯୬ ଠାରୁ ୧୨ ହଜାର ୫୦୦ରୁ ଅଧିକ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ପାଇଁ ମେଧା-ତଥା-ସାଧନ ଆଧାରରେ ପ୍ରଦାନ କରିସାରିଛି । ଜିଓ ଇନଷ୍ଟିଚ୍ୟୁଟ ଏକ ବିଶ୍ବଶ୍ରେଣୀର ବହୁଧା ବିଷୟ ଭିତ୍ତିକ ଉଚ୍ଚଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ଭାବରେ ଉଭା ହେବାକୁ ଯାଉଛି । ରିଲାଏନ୍ସ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଶିକ୍ଷା ମୂଳସ୍ଥାନ ନେଉଛି । ଯାହା କୁଶଳତା, ଜ୍ଞାନ ଏବଂ ସୁଯୋଗ ସହିତ ଆସନ୍ତାକାଲିର ନେତୃତ୍ବ ବିକଶିତ ଓ ସଶକ୍ତ କରିବାରେ ବିଶ୍ବାସ ରଖୁଛି ।

Comments are closed.