Latest Odisha News

ରାଜ୍ୟସଭାରୁ ସସପେଣ୍ଡ ହେଲେ ସାଂସଦ ଡେରେକ ଓବ୍ରାଏନ

ନୂଆଦିଲ୍ଲୀ: ବିଶୃଙ୍ଖଳିତ ଆଚରଣ ନେଇ ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓବ୍ରାଏନ ସସପେଣ୍ଡ ହୋଇଛନ୍ତି । ଶୀତ ଅଧିବେଶନ ଶେଷ ଯାଏ ସେ ଅଧିବେଶନକୁ ଆସିପାରିବେ ନାହିଁ । ରାଜ୍ୟସଭାରେ ନିର୍ବାଚନ ସଂଶୋଧନ ଆଇନକୁ ସରକାର ଉପସ୍ଥାପନ କରିଥିଲେ । ଏହାକୁ ବିରୋଧ କରିବା ସହ ପୂର୍ବରୁ ନିଲମ୍ବିତ ହୋଇଥିବା ୧୨ ସାଂସଦଙ୍କ ସପକ୍ଷରେ ଯୁକ୍ତ କରିଥିଲେ । ଉପାଧ୍ୟକ୍ଷ ଏହା ନ ଶୁଣିବାରୁ ରୁଲ ବୁକ ତାଙ୍କ ଚୌକି ଉପରକୁ ଫୋପାଡି ଥିଲେ । ଏହା ପରେ ସେ ଗୃହରୁ ବାହାରି ପଳାଇଥିଲେ ।

ଉପାଧ୍ୟକ୍ଷ ଏହି କାର୍ଯ୍ୟ ନେଇ ତାଙ୍କୁ ସସପେଣ୍ଡ କରିଥିଲେ । ଜୋର ଜବରଦସ୍ତ ଆଇନ ଲାଗୁ କରାଯାଉଛି, ବିରୋଧ କଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କୃଷି ଆଇନ ବେଳେ ମଧ୍ୟ ଓବ୍ରାଏନଙ୍କୁ ନିଲମ୍ବିତ କରାଯାଇଥିଲା ।

Comments are closed.