Latest Odisha News

ଜାନୁଆରୀରେ ଭାରତ ଆସିବେ ନେପାଳ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ ଶେର୍ ବାହାଦୂର ଦେଓବା ୧୦ ଜାନୁଆରୀରେ ଭାରତ ଗସ୍ତ କରିପାରନ୍ତି। ଏହା ତାଙ୍କର ଦ୍ୱିତୀୟ ବିଦେଶ ଯାତ୍ରା ହେବ। ଏହାପୂର୍ବରୁ, ଦେଓବା ଅକ୍ଟୋବର ୨୦୨୦ରେ COP26 ରେ ଯୋଗଦେବା ପାଇଁ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ପହଞ୍ଚିଥିଲେ ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିଥିଲେ।

ସୂତ୍ରରୁ ପ୍ରକାଶ ଯେ ଶେର ବାହାଦୂର ଦେଓବା ଜାନୁଆରୀ ୧୦ ରେ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀରେ ଭାଗ ନେବାକୁ ଭାରତରେ ପହଞ୍ଚିବେ। ୨୦୦୩ ରେ ଗୁଜୁରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହୋଇଥିଲା।

ନେପାଳ ସରକାର ଏପର୍ଯ୍ୟନ୍ତ ଏହି ଗସ୍ତ ବିଷୟରେ ଅଧିକ ବିବରଣୀ ଦେଇନାହାଁନ୍ତି।

Comments are closed.