Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୯ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଯାତ୍ରା ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ । ଆଜି ସ୍ନାନ ପରେ ଅନୁଷ୍ଠିତ ହେଉଥିବା ଗଜବେଶ ବା ଗଜାନନ ବେଶ ସମ୍ପର୍କରେ ଜାଣିବା । ଇତିହାସ କହେ ଗଙ୍ଗବଂଶର ଶେଷ ରାଜା ଭାନୁଦେବ (ଚତୃର୍ଥ )ଙ୍କ ରାଜ୍ୱତ କାଳରେ ଏହିବେଶ ଆରମ୍ଭ ହୋଇଥିଲା. । ଯାହାକି ଖ୍ରୀ ୧୪୧୪ ରୁ ୧୪୩୫ ମଧ୍ୟରେ ବୋଲି ବିବେଚନା କରାଯାଏ । ଏହା ପଛରେ ଦୁଇଟି ତତ୍ତ୍ୱ ଶୁଣାଯାଏ ।

୧.  ପଞ୍ଚଦେବତା ଉପାସନା
୨.  ଭକ୍ତର ସନ୍ଦେହ ମୋଚନ

ଶ୍ରୀ ଜଗନ୍ନାଥଙ୍କୁ ପଞ୍ଚଦେବତା ରୂପେ ପ୍ରତିପାଦିତ କରାଯାଏ । ଏହି ସୂତ୍ରରେ ବିଷ୍ଣୁ, ଶିବ, ଗଣେଶ, ଦୁର୍ଗା, ଓ ସୂର୍ଯ୍ୟଙ୍କୁ ଏକାତ୍ମା ଭାବେ ଆରାଧନା ବା ପୂଜା କରିବା ପାଇଁ କୁହାଯାଏ । ଯଥା :

“ବିଷ୍ଣୁ ଶିବୋ ଗଣେଶର୍କୋ ଦୁର୍ଗା ପଞ୍ଚେବ ଦେବତା
ଆରାଧ୍ୟ ସିଦ୍ଧିକାମେନ ତନ୍ତ୍ରମନ୍ତ୍ରେୟୀ ଯଥୋଦିତମ ।”

ଏଠାରେ ଚତୃଧା ମୂର୍ତ୍ତି ଙ୍କ ମଧ୍ୟରେ ଶ୍ରୀଜଗନ୍ନାଥ (ବିଷ୍ଣୁ ), ଶ୍ରୀ ବଲଭଦ୍ର (ଶିବ ), ମା ସୁଭଦ୍ରା (ଶକ୍ତି ବା ଦୁର୍ଗା )ଓ ଶ୍ରୀ ସୁଦର୍ଶନ (ଭାସ୍କର ବା ସୂର୍ଯ୍ୟ )ଭାବରେ ପରିଗଣିତ ହୁଅନ୍ତି । କିନ୍ତୁ ଗଣ ଦେଵତା ଗଣପତିଙ୍କ ଭାବରେ ନିଜକୁ ପ୍ରତିପାଦିତ କରିବା ପାଇଁ ଶ୍ରୀ ଜଗନ୍ନାଥଙ୍କର ଏହି ଗଣପତି ବେଶ । ଆହୁରି ମଧ୍ୟ ଶ୍ରୀଜଗନ୍ନାଥ ସ୍ୱୟଂ ପରଂବ୍ରହ୍ମ ହୋଇ ଥିବାରୁ ସକଳ ଦେବ ତତ୍ତ୍ୱର ସେ ଅଧିକାରୀ । ବ୍ରହ୍ମ ପୁରାଣ କହେ :

ସ୍ଥୁଳ ସ୍ୱରୂପ ଗୋଟି ଧରି, ବ୍ରହ୍ମ ଅଛନ୍ତି ନୀଳଗିରି ।
ତାଙ୍କୁ ଦେଖନ୍ତି ଯେଉଁ ମାନେ, ମୁକତି ହୁଅନ୍ତି ଦର୍ଶନେ ।
ନଗମେ ଯମ ଦରଶନ, ସକଳ ଶାସ୍ତରେ ଏ ପ୍ରମାଣ ।

ଭକ୍ତ ଗଣପତି ଭଟ୍ଟ ମଧ୍ୟ ଏହା ଶୁଣି ଶ୍ରୀକ୍ଷେତ୍ର ଆସିଥିଲେ ପରଂବ୍ରହ୍ମ ଙ୍କୁ ସାକ୍ଷାତ ପାଇଁ, କିନ୍ତୁ ଘଟିଗଲା ଏକ ବଡ଼ ଘଟଣା । ତା ବିଷୟରେ କାଲି ଜାଣିବା ।

ଜୟ ଜଗନ୍ନାଥ

Comments are closed.