Latest Odisha News

୧ କୋଟି ଭୋଟ୍‌ ଦେଲେ ୭୦ ଟଙ୍କାରେ ମିଳିବ ମଦ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ସୋମୁ ଭିରାଜୁ କହିଛନ୍ତି ଯଦି ଦଳ ରାଜ୍ୟରେ ଏକ କୋଟି ଭୋଟ ପାଇବ, ତେବେ ୭୦ ଟଙ୍କା ମୂଲ୍ୟରେ ମଦ ଯୋଗାଇ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯଦି ଅଧିକ ରାଜସ୍ୱ ବାକି ଅଛି, ତେବେ ମଦ ମୂଲ୍ୟ ୫୦ ଟଙ୍କାକୁ ମଧ୍ୟ ଖସିଆସିବ।

ମଙ୍ଗଳବାର ବିଜୟୱାଡାର ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, “ଭାରତୀୟ ଜନତା ପାର୍ଟିକୁ ଏକ କୋଟି ଭୋଟ ଦିଅ … ଆମେ ମାତ୍ର ୭୦ ଟଙ୍କା ପାଇଁ ମଦ ଯୋଗାଇଦେବୁ। ଯଦି ଆମ ପାଖରେ ଅଧିକ ରାଜସ୍ୱ ବାକି ଅଛି, ତେବେ କେବଳ ୫୦ ଟଙ୍କାରେ ମଦ ଯୋଗାଇ ଦିଆଯିବ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ଅଧିକ ମୂଲ୍ୟରେ ଲୋକଙ୍କୁ ଖରାପ କ୍ବାଲିଟି ମଦ ବିକ୍ରି କରୁଛନ୍ତି।

Comments are closed.