Latest Odisha News

BREAKING NEWS

୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ଲଗାଗଲା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ୩୫୧ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଭାରତକୁ ସାମରିକ ଏବଂ ଯନ୍ତ୍ରପାତି ଉତ୍ପାଦନର କେନ୍ଦ୍ର କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଆସନ୍ତା ବର୍ଷ ଡିସେମ୍ବରରୁ ଏହା ଲାଗୁ କରାଯିବ । ଉପରୋକ୍ତ ପ୍ରତିରକ୍ଷା ସାମଗ୍ରୀ ବ୍ୟତୀତ ୨୫୦୦ ଅନ୍ୟ ବସ୍ତୁର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ଅନ୍ୟ ଦେଶ ଉପରେ ସବୁ କ୍ଷେତ୍ରରେ ନିର୍ଭରଶୀଳ ହେବାକୁ ପଡୁଥିବାରୁ ଭାବିଚିନ୍ତି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଛି । ୧୬ ମାସ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହା ତୃତୀୟ ତାଲିକା ।

Comments are closed.