Latest Odisha News

BREAKING NEWS

[ଭିଡ଼ିଓ]ମାଲକାନଗିରିରେ ମିଶ୍ରଣ ପର୍ବ , ବିଜେଡିର ଶକ୍ତି ପ୍ରଦର୍ଶନ

ମାଲକାନଗିରି: ବିଜେପି ଗଡରେ ବିଜେଡିର ଶକ୍ତି ପ୍ରଦର୍ଶନ । ପଞ୍ଚାୟତ ନିର୍ବାଚନ ପୁର୍ବରୁ ମାଲକାନଗିରି ଜିଲ୍ଲାରେ ନିଜର ଶକ୍ତି ପ୍ରଦର୍ଶନ କଲା ବିଜେଡି । ପଞ୍ଚାୟତ ନିର୍ବାଚନ ଲାଗି  ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୋଟେରୁ ଠାରେ ମହା ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇ ଯାଇଛି । ଏହି ମିଶ୍ରଣ ପର୍ବରେ ଅନ୍ୟ ଦଳରୁ ପ୍ରାୟ ୧୦ ହଜାର କର୍ମୀ ହାତ ଓ ପଦ୍ମ ଛାଡି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ।

ମାଲକାନଗିରି ନିର୍ବାଚନ ମଣ୍ଡଳି ପୁର୍ବରୁ ବିଜେପିର ଗଡ ରହିଥିବା ବେଳେ ଏହାକୁ ଭାଙ୍ଗିବା ଲାଗି ଏଥର ଚେଷ୍ଟା କରିଛି ଶାସକ ବିଜେଡି । ବିଶେଷ କରି ମାଲକାନଗିରି ଜିଲ୍ଲାରେ ଦୁଇ ଲକ୍ଷରୁ ଉର୍ଧ ବଙ୍ଗିୟ ଭୋଟର ରହିଥିବା ବେଳେ ଏମାନଙ୍କୁ ଏଥର ବିଶ୍ବାସକୁ ନେବାକୁ ଚାହୁଛି ବିଜେଡି ।

ବଙ୍ଗିୟ ବାଦ୍ୟରେ କମ୍ପି ଉଠିଥିଲା ସମଗ୍ର ମାଲକାନଗିରି ଜିଲ୍ଲା । ନିକଟରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇ ଥିବା ନବରଙ୍ଗପୁର ନିର୍ବାଚନ ମଣ୍ଡଳିର ପୁର୍ବତନ ସାଂସଦ ପ୍ରଦିପ ମାଝି ଦଳ ପରିବର୍ତ୍ତନ କରିବା ପରେ ପ୍ରଥମ ଥର ଲାଗି ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ।

ଆଗାମି ପଞ୍ଚାୟତ ନିର୍ବାଚନରେ ବିଜେଡି ମାଲକାନଗିରି ଜିଲ୍ଲାରେ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଦିପ ମାଝି କହିଥିବା ବେଳେ ବଙ୍ଗିୟ ଲୋକେ ମଧ୍ୟ ଏଥର ବିଜେଡିକୁ ସମର୍ଥନ କରିବେ ।

 

 

 

 

Comments are closed.