Latest Odisha News

BREAKING NEWS

ମୁମ୍ବାଇକୁ ଆସିଲାଣି କରୋନାର ତୃତୀୟ ଲହର !

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା କେସ ପୁଣି ଥରେ ବଢୁଛି । ମୁମ୍ବାଇରେ ଦିନକରେ ଦୁଇ ଗୁଣା ହୋଇଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶ ବାଣିଜ୍ୟିକ ରାଜଧାନୀରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ସାରିଛି । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ଏକଥା କହିଛନ୍ତି ମହାରାଷ୍ଟ୍ର କୋଭିଡ୍ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ ।

ଗତ ୨୪ ଘଣ୍ଟାରେ ମୁମ୍ବାଇରୁ ୨୫ଶହ ସଂକ୍ରମିତ ବାହାରିଛନ୍ତି । ପୂର୍ବଦିନ ଅପେକ୍ଷା ଦୁଇ ଗୁଣାରୁ ଅଧିକ ପଜିଟିଭ୍ ବାହାରିଛନ୍ତି । ଆତଙ୍କିତ ନହେବାକୁ ଡାକ୍ତର ଶଶାଙ୍କ ଯୋଶୀ କହିଛନ୍ତି । ସେ କହିଛନ୍ତି, ନୂଆ ଆକ୍ରାନ୍ତଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଓମିକ୍ରନ୍ ଯୋଗୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ୮୦ ପ୍ରତିଶତ ଆକ୍ରାନ୍ତଙ୍କ ପାଖରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।

ଡେଲଟା ପାଇଁ ନୁହେଁ, ଓମିକ୍ରନ୍ ଯୋଗୁ ଏହି ସଂକ୍ରମଣ ବଢ଼ିଛି । ଏଥିପାଇଁ ମୁମ୍ବାଇରେ ତୃତୀୟ ଲହର ଆସିଥିବା କହିଛନ୍ତି ଡାକ୍ତର ଶଶାଙ୍କ ଯୋଶୀ । ଗତ ସପ୍ତାହେ ହେବ ମହାରାଷ୍ଟ୍ରରେ କୋଭିଡ୍ କେସ୍ ଅନାଚନ ବଢ଼ି ଚାଲିଛି । ମୁମ୍ବାଇରେ ଦୈନିକ ସଂକ୍ରମଣ ୨୫ ଶହ ପାର କରିଛି ।

Leave A Reply

Your email address will not be published.