Latest Odisha News

BREAKING NEWS

ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଳିତ

କଟକ : ନିଖିଳ ଓଡିଶା ଆଇନଜୀବୀ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସାଲେପୁର ସ୍ଥିତ ସତ୍ୟଭାମା ପୁରରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ସମାରୋହର ଆଜି ଥିଲା ଉଦଯାପନୀ ଦିବସ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ମଧୁବାବୁଙ୍କ ସ୍କୃତି ଚାରଣା କରିଥିଲେ । ମୁଖ୍ୟ ବକ୍ତା ଭାବେ ଉକ୍ରଳ ପ୍ରସଙ୍ଗର ଅଧ୍ୟକ୍ଷ ଲେନିନ ମହାନ୍ତି ଙ୍କ ସମେତ କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ ଯୋଗଦେଇ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।

ଓଡିଶାର ବିଭିନ୍ନ ପ୍ରାନ୍ତରୁ ବହୁ ଆଇନଜୀବୀ ଏହି ସମ୍ମିଳନୀରେ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କାଯ କରିଥିବା ପ୍ରତିଭା ମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଦିତ କରିଥିଲେ ।

Leave A Reply

Your email address will not be published.