Latest Odisha News

BREAKING NEWS

ମୁମ୍ବାଇରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଧମକ

ମୁମ୍ବାଇ: ଖଲିସ୍ତାନୀ ଆତଙ୍କବାଦୀ ମୁମ୍ବାଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ଲକ୍ଷ୍ୟରେ ରହିଛନ୍ତି । ଡିସେମ୍ବର ୩୧ ରାତିରେ ଏହି ଆକ୍ରମଣ କରାଯିବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୋଲିସ ହାଇ ଆଲର୍ଟରେ ରହିଛି । ଏପରିକି ସମସ୍ତ ପୋଲିସ ଛୁଟି ବାତିଲ କରାଯାଇଛି ।

ସହରର ପ୍ରମୁଖ ଷ୍ଟେସନ ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ, ସିଏସଏମଟି, କୁର୍ଲା ଓ ଅନ୍ୟ ଷ୍ଟେସନଗୁଡିକର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ପୋଲିସ କମିଶନର କ୍ୟାସର ଖାଲିଦ କହିଛନ୍ତି । ନୂଆ ବର୍ଷରେ ଅଶାନ୍ତିମୟ ପରିବେଶ ସୃଷ୍ଟି କରିବା ପାଇଁ ଖଲିସ୍ତାନ ଯୋଜନା କରୁଛି ବୋଲି ଖାଲିଦ କହିଛନ୍ତି ।

Comments are closed.