Latest Odisha News

ଆଉ ନାହାନ୍ତି ୨.୫ ଫୁଟ ଉଚ୍ଚତା ବିଶିଷ୍ଟ ମହିଳା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳାଙ୍କ ମଧ୍ୟରେ ସାମିଲ ଏଲିଫ କୋକାମାନ ଆଉ ନାହାନ୍ତି । ୨୦୧୦ରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ୩୩ ବର୍ଷୀୟା ଏଲିଫଙ୍କ ଉଚ୍ଚତା ମାତ୍ର ୨.୫ ଫୁଟ ରହିଥିଲା । ଜୀବନ ଯାକ ୨.୫ ଫୁଟ ଉଚ୍ଚତାରେ ରହିଥିଲେ ମଧ୍ୟ ଏଲିଫ ଏ ନେଇ ମନଦୁଃଖ କରନ୍ତି ନାହିଁ । ଭଗବାନ ମୋତେ ଅନ୍ୟମାନଙ୍କଠାରୁ ଅଲଗା ଭାବେ ନିର୍ମିତ କରିଛନ୍ତି । ଆଉ ମୁଁ ଏଥିରେ ବେଶ ଖୁସି ଅଛି ।

ଜନ୍ମ ବେଳେ ସେ ଅନ୍ୟ ସାଧାରଣ ପିଲାଙ୍କ ପରି ଥିଲେ । ମାତ୍ର ୪ ବର୍ଷ ବୟସପରଠାରୁ ସେ ଆଉ ବଢ଼ି ନ ଥିଲେ ବୋଲି ତାଙ୍କ ମାଆ କହିଛନ୍ତି । ୨୦୧୦ରେ ଆମେରିକାର ବ୍ରିଜେଟ ଜୋର୍ଡାନ (୨.୩ ଫୁଟ) ତାଙ୍କ ରେକର୍ଡ ଭାଙ୍ଗିଥିଲେ । ସେ ୨୦୧୯ରେ ତାଙ୍କ ମୃତ୍ୟୁ ଘଟିଥିଲା । ଏବେ ଭାରତର ଜ୍ୟୋତି କିସାନଜି (୨.୦୬ ଫୁଟ)ଙ୍କ ନାମରେ ବିଶ୍ୱ ରେକର୍ଡ ରହିଛି ।

Comments are closed.