ବାଲେଶ୍ୱର: ଗୁଡ଼ି ଉଡ଼ାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଦୁଇ ପରିବାର ଭିତରେ ଗଣ୍ଡଗୋଳ । ଗୋଷ୍ଠୀ ସଂଘର୍ଷରେ ବାପା, ପୁଅ ସମେତ ୩ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ବାଟେଶ୍ୱର ବେହେରା ସାହିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଆହତମାନେ ହେଲେ ବାଟେଶ୍ୱର ବେହେରା ସାହିର ଅନୁପ ଶାହ ଓ ତାଙ୍କର ଦୁଇ ପୁଅ ।
ଅଭିଯୋଗ ହୋଇଛି ଅନୁପ ସାହାଙ୍କ ଦୁଇ ପୁଅ ଗୁଡ଼ି ଉଡ଼ାଉଥିଲେ । ପଡ଼ୋଶୀଙ୍କ ଗୁଡ଼ିକୁ କାଟି ଦେବାରୁ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ହାତାହାତି ହୋଇଥିଲେ ଦୁଇ ପରିବାର । ଏନେଇ ଅନୁପ ଶାହଙ୍କ ପରିବାର ପକ୍ଷରୁ ବାଲେଶ୍ୱର ଟାଉନ୍ ଥାନାରେ ଏକ ଏତଲା ଦାୟର ହୋଇଛି ।
Comments are closed.