Latest Odisha News

BREAKING NEWS

ନିଜ ବ୍ରେସଲେଟ୍‌ ପଛ‌ର ରାଜ୍‌ ଖୋଲିଲେ ସଲ୍‌ମାନ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ତାଙ୍କ ଚଳଚ୍ଚିତ୍ର ଠାରୁ ଆରମ୍ଭ କରି ଲୁକ ଓ ଷ୍ଟାଇଲ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପ୍ରଶଂସକମାନେ ଦବାଙ୍ଗ ଖାନ ତଥା ଭାଇଜାନଙ୍କ ଷ୍ଟାଇଲ୍‌କୁ ବେଶ୍‌ ପସନ୍ଦ ମଧ୍ୟ କରନ୍ତି। ତାଙ୍କ ଲୁକ୍‌କୁ ସମସ୍ତେ ଫଲୋ ମଧ୍ୟ କରନ୍ତି। ସଲ୍‌ମାନଙ୍କ ସିଗ୍‌ନେଚର୍‌ ବ୍ରେସଲେଟ୍ ସବୁବେଳେ ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେ ତାଙ୍କ ହାତରେ ସବୁବେଳେ ସେହି ବ୍ରେସଲେଟ୍‌ ପିନ୍ଧିଥିବାର ଦେଖିବାକୁ ମିଳେ। ସଲମାନ ଖାନ ଏହି ବ୍ରେସଲେଟ୍ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି ଏବଂ ସେହି ଥ୍ରୋବ୍ୟାକ୍ ଭିଡିଓ ପୁଣି ଥରେ ଇଣ୍ଟରନେଟରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ଭିଡିଓରେ ସଲମାନ କହିଛନ୍ତି ଯେ, ‘ମୋ ବାପା ଏହାକୁ ପିନ୍ଧୁଥିଲେ ଏବଂ ଏହା ତାଙ୍କ ହାତକୁ ବେଶ୍‌ ମାନୁଥିଲା। ପିଲାମାନେ ଯେପରି ଜିନିଷ ସହିତ ଖେଳନ୍ତି, ମୁଁ ତାଙ୍କ ବ୍ରେସଲେଟ୍ ସହିତ ସେପରି ଖେଳୁଥିଲି।

ସେ ଆହୁରି କହିଛନ୍ତି ଯେ, ‘ପରେ ଯେତେବେଳେ ମୁଁ କାମ କରିବା ଆରମ୍ଭ କଲି, ସେ ମୋ ପାଇଁ ମଧ୍ୟ ସେହିପରି ଏକ ବ୍ରେସ୍‌ଲେଟ ତିଆରି କରିଦେ‌ଲେ। ଏହି ବ୍ରେସଲେଟରେ ଲାଗିଥିବା ପଥରକୁ ଫିରୋଜା କୁହାଯାଏ। ଯେତେବେଳେ ବି ଆପଣଙ୍କ ଉପରେ କୌଣସି ଅସୁବିଧା ଆସିଥାଏ ପ୍ରଥମେ ଏହା ଫାଟିଯାଏ ଏବଂ ତା’ପରେ ଏହା ସମ୍ପୂର୍ଣ୍ଣ ଭାଙ୍ଗିଯାଏ।

ଭିଡିଓରେ ସଲମାନ କହିଛନ୍ତି ଯେ ଏହା ହେଉଛି ତାଙ୍କର ସପ୍ତମ ବ୍ରେସଲେଟ୍। ବୋଧହୁଏ ସଲମାନ ଖାନଙ୍କ ଏହି ବ୍ରେସଲେଟ୍ କେବଳ ତାଙ୍କ ପାଇଁ ଭାବପ୍ରବଣତା ରଖେ ନାହିଁ ବରଂ ନକରାତ୍ମକ ଭାବନାକୁ ଏଡାଇବା ପାଇଁ ସେ ଏହାକୁ ପିନ୍ଧନ୍ତି।

Comments are closed.