Latest Odisha News

BREAKING NEWS

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ବୋନ୍ କ୍ୟାନ୍ସର ପୀଡ଼ିତ ମନୋଜ

ଉମରକୋଟ: ଜୀବନ ପାଲଟିଛି ଯନ୍ତ୍ରଣା ଦାୟକ । ପାଖରେ ଅଛି ଅର୍ଥ ନା ସହଯୋଗ । ଏହାରି ଭିତରେ ଚାଲିଛି ସଂଘର୍ଷ । ଏ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ସନ୍ତୋଷି ନଗରର ମନୋଜ କୁମାର ନାୟକ । ବୋନ୍ କ୍ୟାନସରରେ ପୀଡ଼ିତ ହୋଇ ମନୋଜ ଏବେ ସହାୟତା ଅପେକ୍ଷାରେ ରହିଛନ୍ତି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

ମନୋଜ ପିଲାବେଳୁ ଭଲ ଛାତ୍ର ଥିଲେ । ମନୋଜ ହାଇସ୍କୁଲରେ ପଢ଼ିବା ସମୟରେ ଏନସିସିରେ ଯୋଗଦେଇଥିଲେ । ଆଶା ଥିଲା ଭବିଷ୍ୟତରେ ଆର୍ମି କିମ୍ବା ନୌସେନାରେ ଯୋଗଦେବେ । ହେଲେ ସେ ଆଶା ବି ଏବେ ଧୀରେ ଧୀରେ ମଉଳିଗଲାଣି । ନୌସେନାରେ ପରୀକ୍ଷା ଦେବାକୁ ଯାଇଥିବା ସମୟରେ ଶାରିରୀକ ପରୀକ୍ଷାରେ ଅସୁସ୍ଥ ହେବା ଯୋଗୁଁ ଉତ୍ତୀର୍ଣ୍ଣ ହୋଇପାରିଲେନାହିଁ । ଡ଼ାକ୍ତରଙ୍କୁ ଦେଖାଇ ଦେଢ଼ ବର୍ଷ ଯାଏଁ ଔଷଧ ଖାଇଥିଲେ । ପରେ ତାଙ୍କୁ ବୋନ୍ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ ।

ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ହେଲେ ଡ଼ାକ୍ତର କହିଲେ ତାଙ୍କ ବନ୍ ଟ୍ରାନ୍ସଫର ହେବାକୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହା ଶୁଣିବା ପରେ ମନୋଜ ଓ ତାଙ୍କ ସ୍ତ୍ରୀ ଉମରକୋଟ ଫେରିଆସିଥିଲେ । ଏତେ ଟଙ୍କା କୁଆଡ଼ୁ ଯୋଗାଡ଼ ହେବ ସେନେଇ ଚିନ୍ତାରେ ପଡ଼ିଛନ୍ତି ମନୋଜ ଏବଂ ସ୍ତ୍ରୀ ଭଗବତୀ । ସମସ୍ତଙ୍କ ସହଯୋଗ ମିଳିଲେ ସ୍ୱାମୀଙ୍କୁ ଭଲ କରିପାରିବେ ଓ ସ୍ୱାଭାବିକ ଜୀବନ ଫେରିପାଇବେ ବୋଲି ନିବେଦନ କରିଛନ୍ତି ସ୍ତ୍ରୀ ଭଗବତୀ ।

Comments are closed.