Latest Odisha News

ବିପତ୍ତି ବଢ଼ାଉଛି ଓମିକ୍ରନ୍, ବିଶ୍ବରେ ବାତିଲ ହେଲାଣି ୪ ହଜାରରୁ ଅଧିକ ବିମାନ ଉଡ଼ାଣ

ନୂଆଦିଲ୍ଲୀ : ବିଶ୍ବରେ ବଢ଼ି ଚାଲିଛି ଓମିକ୍ରନ ବିପତ୍ତି । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ବାଧାପ୍ରାପ୍ତ ହେବାରେ ଲାଗିଛି ଅନ୍ତର୍ଜାତୀୟ ବିମାନ ସେବା । ଭାଇରସ ପ୍ରଭାବରେ ଏପର୍ଯ୍ୟନ୍ତ ବିଶ୍ବରେ ବାତିଲ ହେଲାଣି ୪ ହଜାରରୁ ଅଧିକ ବିମାନର ଉଡ଼ାଣ । ବିଭିନ୍ନ ରାଷ୍ଟ୍ରର କଟକଣା ଯୋଗୁ ପ୍ରଭାବିତ ହେବାରେ ଲାଗିଛି ବିମାନ ସେବା । ସେମାନଙ୍କ ମଧ୍ୟରୁ କେବଳ ଆମେରିକାର ୨ ହଜାର ୪୦୦ ବିମାନକୁ ବାତିଲ କରାଯାଇଛି ।

ବିଶ୍ବସ୍ତରରେ ୧୧ ହଜାରରୁ ଅଧିକ ବିମାନ ଉଡାଣକୁ ବିଳମ୍ବିତ କରାଯାଇଛି । ଗତ ଖ୍ରୀଷ୍ଟମାସ ଓ ନୂଆବର୍ଷ ଲାଗି ବିମାନ ସେବା ଅଧିକ ହେବାର ସମ୍ଭାବନା ଥିଲା । ମାତ୍ର କୋଭିଡ ଓ ଓମିକ୍ରନ ଯୋଗୁ ବିମାନ ସେବାକୁ ବାତିଲ କରାଯାଇଛି । ସେପଟେ ଆମେରିକାରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ନୂଆ କୋଭିଡ ସଂକ୍ରମିତ । ଅନ୍ୟପଟେ ନେଦରଲ୍ୟାଣ୍ଡ ରାଜଧାନୀ ଆମଷ୍ଟରଡମରେ ଲକଡାଉନ ବିରୋଧରେ ହୋଇଛି ଜୋରଦାର ହେବାରେ ଲାଗିଛି ଆନ୍ଦୋଳନ । ହଜାର ହଜାର ଲୋକ ନିଷେଧାଦେଶ ଉଲ୍ଲଂଘନ କରି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Comments are closed.