Latest Odisha News

BREAKING NEWS

ତେଲ ଦର ବୃଦ୍ଧି ନେଇ କାଜାକସ୍ତାନରେ ହିଂସକ ପ୍ରଦର୍ଶନ, ଇସ୍ତଫା ଦେଲେ ସରକାର

ନୂଆଦିଲ୍ଲୀ: କାଜାକସ୍ତାନରେ ତେଲ ଦର ବୃଦ୍ଧି ନେଇ ବିରୋଧ ପ୍ରଦର୍ଶନ ଚାଲିଥିଲା । ଏହା ହିଂସକ ରୂପ ଧରିବାରୁ ସ୍ଥାନୀୟ ସରକାର ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି କାସିମ ଜୋମାର୍ଟ ବୁଧବାର ଏହି ଇସ୍ତଫା ଗ୍ରହଣ କରିଛନ୍ତି । କାଜାକସ୍ତାନ ଗଣରାଜ୍ୟ ଧାରା ୭୦ ଅନୁସାରେ ସରକାରଙ୍କ ଇସ୍ତଫା ଗ୍ରହଣ କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି ।

ଅଲିଖାଁ ସମାଇଲୋବଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ୫ ଜାନୁୟାରୀରୁ ୧୯ ପର୍ଯ୍ୟନ୍ତ ଦେଶରେ ଏମର୍ଜେନ୍ସି ଲାଗୁ କରାଯାଇଛି । ଗରୀବ ପରିବାରଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି ।

Comments are closed.