ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ବୁଧବାର ଓଡିଶା ଟେନିସ ଆସୋସିଏଶନ (ଓଟିଏ) ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଖେଳାଳି ଦେବାଶୀଷ ସାହୁ ଓ ସୋହିନୀ ସଞ୍ଜୟ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଓଡିଶାର ଏକ ନମ୍ବର ଖେଳାଳି ଦେବାଶୀଷ ୧୬ ବର୍ଷରୁ କମ୍ ଓ ୧୮ ବର୍ଷରୁ କମ୍ରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସେ ରୋଡ ଟୁ ୱିମ୍ବେଲଡନ ମାଷ୍ଟର କ୍ୱାଲିଫାଇଙ୍ଗ ଟୁର୍ଣ୍ଣାମେଂଟରେ ପ୍ରଥମ ଓଡିଆ ଖେଳାଳି ଭାବେ ୨୦୧୯ରେ ଖେଳିଥିଲେ । ସେ ଏବେ ଜୁନିୟର ଡେଭିସ କପ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଭାରତର ୭ନମ୍ବର (୧୪ ବର୍ଷରୁ କମ) ବାଳିକା ଖେଳାଳି ସୋହିନୀ ୬୦ରୁ ଅଧିକ ଟାଇଟଲ ହାସଲ କରି ସାରିଛନ୍ତି । ୧୧ ବର୍ଷରୁ କମ ଟେନ ପ୍ରୋ ୨୦୧୯ ରାଫାଲ ନାଡାଲ ଏକାଡେମୀରେ ପ୍ରତିନିଧିତ୍ୱ କରିଥିଲେ । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ଅସିତ ତ୍ରିପାଠୀ, ସତ୍ୟଜିତ ମହାନ୍ତି ଓ ସଞ୍ଜୀବ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସର କ୍ରୀଡା ମନ୍ତ୍ରୀ ଓଡିଶା ଟେନିସ ଏକାଡେମୀର ଏକ ମୋବାଇଲ ଆପ୍ଲିକେଶନର ଉନ୍ମୋଚନ କରିଥିଲେ । ବର୍ତମାନ କଳିଙ୍ଗ ଷ୍ଟାଡିୟମରେ ୫ କୋଚ ୧୦୦ରୁ ଊର୍ଦ୍ଧ୍ୱ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ମିଶ୍ର, ଅସିତ ପ୍ରଧାନ, ଡିକେ ଟୁଙ୍ଗା, ବିବେକ ପଟ୍ଟନାୟକ, ସତ୍ୟଜିତ ମହାନ୍ତି, ବିନୋଦ ସେଠ ଏବଂ ଟେନିସ ଆସୋସିଏଶନ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
BREAKING NEWS
- ମୋଦିଙ୍କ ମିଶନ କଶ୍ମୀର: ଟାର୍ଗେଟରେ କଂଗ୍ରେସ-ଏନସି ମେଣ୍ଟ
- ପେଜର ଆଟାକ୍: ଇସ୍ରାଏଲର ‘ସାଇକୋଲୋଜିକାଲ ୱାର୍’
- ଡୁନ୍ ଟ୍ରେନକୁ ଲାଇନଚ୍ୟୁତ କରାଇବାକୁ ଷଡଯନ୍ତ୍ର, ଟ୍ରାକରେ ଥିଲା ଲୁହା ରଡ୍
- ଓଡିଶା ଆଥଲେଟିକ୍ସ ଚାମ୍ପିୟନଶିପ: ୪ ନୂଆ ମିଟ ରେକର୍ଡ
- ରାଜ୍ୟରେ ବିଜେପି ସରକାରଙ୍କ ୧୦୦ ଦିନ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ନାଇଡୁଙ୍କ ଅଭିଯୋଗ କ’ଣ ସତ?
- ରାଜ୍ୟଗୋଷ୍ଠୀ ୱେଟଲିଫ୍ଟିଂ: ହୃଦାନନ୍ଦଙ୍କୁ ଡବଲ ପଦକ
- ଆସିଲା ଲ୍ୟାବ ରିପୋର୍ଟ, ତିରୁପତି ଲଡୁରେ ମିଶୁଛି ପଶୁ ଚର୍ବି
- ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦର୍ଶିନୀ: ନିଜ ସହ ଅନ୍ୟକୁ ସଚେତନ କରାଇବାକୁ ପରାମର୍ଶ
- ବାତିଲ୍ ହେଲା ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ୍
Comments are closed.