Latest Odisha News

BREAKING NEWS

[ଭିଡିଓ]ପୁରୀ ବାସେଳୀସାହି ପୋଲିସକୁ ସଫଳତା :୧୪୦ ଗ୍ରାମ ବ୍ରାଉନସୁଗର ଜବତ, ୫ ଗିରଫ

ପୁରୀ : ପୁରୀ ବାସେଳୀସାହି ପୋଲିସକୁ ସଫଳତା । ପୁରୀରେ ନିଶା ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ୫ ଜଣ ବ୍ରାଉନ ସୁଗର ବେପାରୀ ଆଜି ଗିରଫ ହୋଇଛନ୍ତି । ଅଭିଯୁକ୍ତ ମାନଙ୍କ ନିକଟରୁ ୧୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ତା ସହ ଅଭିଯୁକ୍ତଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଦ ଟଙ୍କା ଜବତ କରିଛି ପୋଲିସ ।

ଆଜି ସକାଳେ ବାସେଳୀସାହି ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ସଙ୍କରେଶ୍ୱର ମାତାମଠ ରାସ୍ତାରେ ଏକ କାରକୁ ଅଟକାଇ ତଲାସି କରି ବ୍ରାଉନ ସୁଗର ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଗଡିଶାଗଡା ସୁନାଖଳ ଅଞ୍ଚଳର ଅନିରୁଦ୍ଧ ଜୟସିଂ, ହରଚଣ୍ଡି ସାହିର ରବି ନାୟକ ଓ ପୁରୀ ଟାଉନ ଚୁଡାଙ୍ଗ ସାହିର ବୁଦ୍ଧିଆ ସ୍ୱାଇଁ , ବ୍ରହ୍ମଗିରି ରାୟବିଧର ଅଞ୍ଚଳର ଜୟ ପ୍ରକାଶ ଦାସ ଏବଂ ବହ୍ମ୍ରଗିରି ବିଜିପୁରର ଦୀପୁରଞ୍ଜନ ପ୍ରଧାନ ।

ଏହି ଅଭିଯୁକ୍ତ ମାନଙ୍କ ନାରେ ବାସେଳିସାହି ପୋଲିସ ମାମଲା ରୁଜୁ କରି କୋର୍ଟ ଚାଲଣ କରିଛି ବୋଲି ସାମ୍ବାଦକ ସମ୍ମିଳନୀରେ କହିଛନ୍ତି ସିଟି ଡିଏସପି ।  ତେବେ ଏହି ବ୍ରାଉନଗୁଗର କାରବାରରେ ଆ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସ ଛାନଭିନ ଜାରି ରଖିଛି।

Leave A Reply

Your email address will not be published.