Latest Odisha News

BREAKING NEWS

ଟାଇଗର ୩ ଫିଲ୍ମର ଶୁଟିଂ ଘୁଂଚିଲା

ମୁମ୍ବାଇ: ସଲମାନ ଖାଁ ଓ କ୍ୟାଟ୍ରିନା କୈଫ ଅଭିନୀତ ବହୁ ପ୍ରତୀକ୍ଷୀତ ଟାଇଗର ୩ ଫିଲ୍ମର ଶୁଟିଂ କିଛି ଦିନ ପାଇଁ ଘୁଂଚାଇ ଦିଆଯାଇଛି । ଓମିକ୍ରନ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ୟଶରାଜ ପ୍ରଡକ୍ସନ ପକ୍ଷରୁ ଦିଲ୍ଲୀରେ ହେବାକୁ ଥିବା ଶୁଟିଂ ସିଡ୍ୟୁଲକୁ ବାତିଲ କରାଯାଇଛି । ଏହି ଆକ୍ସନ ସ୍ପାଇ ଥ୍ରୀଲରର ନିର୍ଦ୍ଦେଶନା ମନୀଷ ଶର୍ମା ଦେଉଛନ୍ତି ।

ଦିଲ୍ଲୀରେ ୧୫ ଦିନିକିଆ ଏହି ଶିଡ୍ୟୁଲ ୧୨ ଜାନୁୟାରୀରେ ଆରମ୍ଭ ହେବାକୁ ଥିଲା ।  ଏଠାରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ବାଧ୍ୟ ହୋଇ ଫିଲ୍ମ ନିର୍ମାତା ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଟାଇଗର ୩ର ଶୁଟିଂ ବିଶ୍ୱର ବିଭିନ୍ନ ସ୍ଥାନରେ କରାଯାଇଛି । ତେବେ ପୂର୍ବ ନିର୍ଦ୍ଧାରିତ ରିଲିଜ ତାରିଖକୁ ପ୍ରଭାବିତ କରିବ କି ନାହିଁ ଦେଖିବା କଥା ।

Leave A Reply

Your email address will not be published.