Latest Odisha News

BREAKING NEWS

ଘରୋଇ ଇଞ୍ଜିନିୟରିଂ କଲେଜରୁ ୪୬ ଛାତ୍ର କରୋନା ପଜିଟିଭ୍

ରାୟଗଡ଼ା: ଘରୋଇ ଇଞ୍ଜିନିୟରିଂ କଲେଜରେ କରୋନା ବିସ୍ଫୋରଣ । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୁଜବଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଏକାଥରକେ ୪୬ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ୩ଶହ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା । ଏଥିମଧ୍ୟରୁ ୪୬ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହେବା ପରେ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ହଷ୍ଟେଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ନିଷେଦ୍ଧ ଜାରି ହୋଇଛି । ମେଡ଼ିକାଲ ଟିମ୍ ପହଞ୍ଚି ଆକ୍ରାନ୍ତ ଛାତ୍ରମାନଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛନ୍ତି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।

Comments are closed.