Latest Odisha News

BREAKING NEWS

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଛି ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ । ମହାରାଷ୍ଟ୍ରର ପୁଣେସ୍ଥିତ ଏମଆଇଟି ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ୍ ଉପାଧି ଓ ଶ୍ରୀ ସରସ୍ବତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଦାନ କରାଯାଇଛି । ଆଜି ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ବର ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଶ୍ରେଷ୍ଠ ପ୍ରଶାସକ ଓ ସାଂସଦ ଭାବରେ ବିବେଚିତ କରି ଦେଶର ପ୍ରତିଷ୍ଠିତ ଏମଆଇଟି ବିଶ୍ବବିଦ୍ୟାଳୟ ଏହି ସମ୍ମାନ ପ୍ରଦାନ କରିଛି ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ବନାଥ ଡି କରଟ, ପୁଣେର ଲୋକପ୍ରିୟ ସାଂସଦ ଗିରିଶ ବାପତ୍, ବିଧାୟକ ସୁନିଲ କମ୍ୱଲେ, ବିଶିଷ୍ଟ ବୈଜ୍ଞାନିକ ବିଜୟ କୁମାର ଦାସ, ମଗ୍ନେସ କାରତ ପ୍ରମୁଖଙ୍କ ଉପସ୍ଥିତିରେ ଏମଆଇଟି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

Comments are closed.