ନୂଆଦିଲ୍ଲୀ: ଦେଶରେ କେବେ ପିକ୍ ଛୁଇଁବ କରୋନାର ତୃତୀୟ ଲହର । ବିଭିନ୍ନ ସଂସ୍ଥା ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଉ କିଛି ଦିନ ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଅର୍ଥାତ ଚଳିତ ମାସ ମଧ୍ୟଭାଗ ଭିତରେ ଏସବୁ ସହରରେ ସଂକ୍ରମଣ ଶୀର୍ଷରେ ପହଞ୍ଚିବ । ଏହି ଆକଳନ କରିଛନ୍ତି ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ୱାଲ୍ ।
ସେ କହିଛନ୍ତି, ଚଳିତ ମାସ ମଧ୍ୟଭାଗରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ସଂକ୍ରମଣ ପିକ୍ ଛୁଇଁବ । କହିବାକୁ ଗଲେ ଆଉ ଦିନ କେଇଟା ଭିତରେ ପିକ୍ ଛୁଇଁବ ସଂକ୍ରମଣ । କିନ୍ତୁ ଆଶ୍ୱସ୍ତିକର ସୂଚନା ଦେଉଛି, ଚଳିତ ମାସରେ ତୃତୀୟ ଲହର ଶେଷ ବି ହୋଇଯିବ ବୋଲି ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ୱାଲ୍ ।
କରୋନାର ଦ୍ୱିତୀୟ ଲହର ଭଳି ତୃତୀୟ ଲହର ପିକରେ ସେତିକି ସଂକ୍ରମିତ ଚିହ୍ନଟ ହୋଇପାରନ୍ତି । ମାର୍ଚ୍ଚ ସୁଦ୍ଧା କରୋନାର ପିକ୍ ଖସି ଯାଇଥିବ ବୋଲି ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ୱାଲ୍ କହିଛନ୍ତି । ଏବେ ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଲକ୍ଷ ମୁହାଁ ହେଲାଣି । ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ଲମ୍ବା ଲମ୍ଫ ମାରୁଛି । ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଓ କୋଲକାତା ସହରରେ ବଢୁଛି ଆକ୍ରାନନ୍ତଙ୍କ ସଂଖ୍ୟା ।
Comments are closed.