Latest Odisha News

BREAKING NEWS

ଟିକେଟ୍‌ ନ ମିଳିବାରୁ ଆତ୍ମହତ୍ୟା ଉଦ୍ୟମ କଲେ ଏସ୍‌ପି ନେତା

ନୂଆଦିଲ୍ଲୀ: ସମାଜବାଦି ପାର୍ଟିର କର୍ମକର୍ତ୍ତା ଆଗାମୀ ଉତ୍ତରପ୍ରଦେଶ ନିର୍ବାଚନରେ ​​ଟିକେଟ୍‌ ନମିଳିବାରୁ ଜଣେ ନେତା ଚରମ ନିଷ୍ପତ୍ତି ନେଇଛନ୍ତି। ସେ ଦଳୀୟ ଅଫିସ ବାହାରେ ହିଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଅଲିଗଡର ସମାଜବାଦୀ ପାର୍ଟି ନେତା ଆଦିତ୍ୟ ଠାକୁର ଟିକେଟ ନମିଳିବାରୁ ଅତ୍ୟନ୍ତ ଦୁଃଖିତ ହୋଇପଡିଛନ୍ତି। ଏପରିକି ସେ ସାମାଜବାଦୀ ପାର୍ଟି ଅଫିସ ବାହାରେ ହିଁ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଛନ୍ତି। ହେଲେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।
ଅଲିଗଡର ଏସପି କ୍ୟାଡର ଆଦିତ୍ୟ ଠାକୁର ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି।

ତାଙ୍କୁ ଅଟକ ରଖିବା ପୂର୍ବରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା ମଧ୍ୟ କରିଥିଲେ।

Comments are closed.