Latest Odisha News

ଶ୍ମଶାନରେ ଜୀବିତ ଥିବା ନବଜାତର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଡାକ୍ତର ମୃତ ଘୋଷଣା କରିଥିବା ଶିଶୁ ଶ୍ମଶାନରେ ଚେଇଁ ଉଠିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି । ସକାଳ ୭ଟାରେ ଶିଶୁଟି ମୃତ୍ୟୁବରଣ କରିଥିବା କରଞ୍ଜିଆ ହସ୍ପିଟାଲର ଡାକ୍ତର ସୂଚନା ଦେଇଛନ୍ତି ।

ଗତକାଲି ଦିନ ପାଖାପାଖି ୨ଟା ବେଳେ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ କେନ୍ଦୁଝର ଜିଲ୍ଲା ଖଡ଼ିକାପଦା ଗାଁର ରାଇମଣି ମୁଣ୍ଡା ଏକ ଶିଶୁକୁ ଜନ୍ମ ଦେଇଥିଲେ । ଡାକ୍ତର ପିଲାଟିକୁ ପରେ ମୃତ ଘୋଷଣା କରିଥିଲେ । ଏକ ବ୍ୟାଗରେ ମୃତଦେହକୁ ପୁରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ପରିବାର ଲୋକ ନବଜାତକୁ ଗାଁ ଶ୍ମଶାନରେ ଶେଷକୃତ୍ୟ କରିବା ବେଳେ ହଠାତ୍ ପିଲାଟି କାନ୍ଦିଥିଲା । ସେ ନିଶ୍ୱାସ ପ୍ରଶ୍ୱାସ ନେଉଥିବା ଜଣା ପଡିଥିଲା । ତାକୁ ତୁରନ୍ତ ଅଣାଯାଇଥିଲା ହସ୍ପିଟାଲ୍ । ଆଜି ଶିଶୁଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛି । ଏଭଳି ଦାୟିତ୍ୱହୀନତା ଯୋଗୁ ହସ୍ପିଟାଲ ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି ହୋଇଛି ।

Comments are closed.