Latest Odisha News

BREAKING NEWS

କୋଟିଆରେ ଇଲେକ୍ସନ ନୁହେଁ ସିଲେକ୍ସନ, ସହମତି ଭିତ୍ତିରେ ବଛା ହେବେ ପ୍ରତିନିଧି

କୋରାପୁଟ : କୋଟିଆରେ ହେବନି ନିର୍ବାଚନ । ସହମତି ଭିତ୍ତିରେ ବଛା ହେବେ ଜନ ପ୍ରତିନିଧି । ଆଜି ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କୋଟିଆ ନିର୍ବାଚନରେ ତିନି ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ ପାଇଁ ନିଷ୍ପତ୍ତି ହୋଇଛି । ସବୁ ଦଳ ପକ୍ଷରୁ ଗୋଟିଏ ପ୍ରାର୍ଥୀ ତଥା ଶିକ୍ଷିତ ଯୁବତୀଙ୍କୁ ପ୍ରାର୍ଥୀ କରାଯିବ ବୋଲି ମତ ପ୍ରକାଶ ପାଇଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, କୋଟିଆରେ ସର୍ବସମ୍ମତି କ୍ରମେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ବଛା ହେବେ । ଏମିତିକି ଜିଲ୍ଲା ପରିଷଦ ସଭ୍ୟ ମଧ୍ୟ ସର୍ବସମ୍ମତିରେ ବଛା ହେବେ । ଯେଉଁ ପ୍ରାର୍ଥୀଙ୍କୁ ସର୍ବସମ୍ମତିରେ ବଛାଯିବ, ସେ ଯେକୌଣସି ଦଳରେ ଥାନ୍ତୁ ନା କାହିଁକି ଇସ୍ତଫା ଦେବେ । ବୈଠକରେ ବିଧାୟକ ପିତମ ପାଢୀ, ରଘୁରାମ ପଡାଲ, ବିଜେପି ନେତା ଜୟରାମ ପାଙ୍ଗି, ବିଜେଡି ନେତା ଈଶ୍ବର ପାଣିଗ୍ରାହୀ, କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.