Latest Odisha News

BREAKING NEWS

[ଭିଡ଼ିଓ] ମହାନଦୀର ବିସ୍ତୀର୍ଣ୍ଣ ଜଳରାଶିରେ ଦେଶବାସୀଙ୍କ ପାଇଁ ବାର୍ତ୍ତା

କଟକ : ସାଧାରଣତନ୍ତ୍ର ଦିବସରେ ଏଭଳି ନିଜେ ଗୀତ ଲେଖି ସଂଯୋଜନା କରିବା ସହିତ ନିଜେ ରେକଡ଼ିଂ କରିଛନ୍ତି ସବିର୍ ବକ୍ସ୍ । ଦେଶାତ୍ମବୋଧକ ଗୀତ ବୋଟ୍ ସହାୟତାରେ କରାଯାଇଥିବା ବେଳେ ମହାନଦୀର ଜଳ ଭିତରେ କରାଯାଇଥିଲା ଏଭଳି କାର୍ଯ୍ୟକ୍ରମ । ଗୀତ ସମୟରେ କ୍ୟାମେରା ଖଞ୍ଜା ଯାଇ ସୁଟିଂ କରାଯାଇଥିଲା ।

ଏହି ନିଆରା ଢଙ୍ଗରେ କରାଯାଇଥିବା କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ଏସ୍ ଡି ଆର୍ ଏଫ୍ ର କର୍ମଚାରୀ ମାନେ। ଏଥିସହ କଳିଙ୍ଗ ଡାଇଭର୍ସ୍ ର ସ୍କୁବାଙ୍କ ସହ ରାଜ୍ୟର ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ସ୍କୁବା ଡାଇଭର୍ ମାନେ ମଧ୍ୟ ସହଯୋଗ କରିଥିଲେ। ଦୁଇବର୍ଷ ତଳେ କଣ୍ଠଶିଳ୍ପୀ ସୁବାଷ ଦାଶଙ୍କୁ ନେଇ ମହାନଦୀରେ ଗୀତର ସୁଟିଂ କରାଯାଇଥିଲା ।

ତେବେ ଆଜି ସାରା ଦେଶରେ ଜନରାଜ୍ୟ ଦିବସ ପାଳନ କରାଯାଉଥିବା ବେଳେ କଟକରେ ଏଭଳି କାର୍ଯ୍ୟକ୍ରମ ନିଶ୍ଚିତରୂପେ ପ୍ରଶଂସନୀୟ ହୋଇଛି ।

Comments are closed.