Latest Odisha News

BREAKING NEWS

‘ନିଟ୍’ ଲାଗି ଘୁଞ୍ଚିଲା ବିପିୟୁଟି ଓ ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା

ଭୁବନେଶ୍ୱର: ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ସର୍ବଭାରତୀୟ ପରୀକ୍ଷା ଆସନ୍ତା ମେ ୨୦ ତାରିଖରେ ନ୍ୟାସନାଲ୍ ଟେଷ୍ଟି ଏଜେନ୍ସି ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିଟ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ରମାଦେବୀ ବିଶ୍ୱବିଦ୍ୟାଳୟ ଏବଂ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ସମସ୍ତ ପରୀକ୍ଷା ଗୁଡ଼ିକୁ ଘୁଞ୍ଚାଇଦେଇଛନ୍ତି ।

ଏକ ବିଜ୍ଞପ୍ତି ଜାରି କରି ବିବିୟୁଟି ପକ୍ଷରୁ ଘୋଷଣା କରାଯାଇଛି ଯେ, ମେ ୨୦ ତାରିଖରେ ହେବାକୁ ଥିବା ସମସ୍ତ ସେମେଷ୍ଟର ପରୀକ୍ଷା ଗୁଡ଼ିକ ଜୁନ ୧୩ ତାରିଖରେ ଅନୁଷ୍ଠିତ ହେବ ।

ତେବେ ମେ ୨୦ ତାରିଖ ପରଠାରୁ ହେବାକୁ ଥିବା ସମସ୍ତ ସେମେଷ୍ଟର ପରୀକ୍ଷା ଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ ।

ସେହିପରି ରମାଦେବୀ ବିଶ୍ୱବିଦ୍ୟାଳୟରେ ମେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା +୩ ସେମେଷ୍ଟର ପରୀକ୍ଷା ମେ ମାସ ୨୪ ତାରିଖରେ ଅନୁଷ୍ଠିତ ହେବ । ତେବେ ମେ ୨୪ ତାରିଖ ପରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ପରୀକ୍ଷା ସୂଚୀରେ କୌଣସି ତାରିଖ ପରିବର୍ତ୍ତନ ହେବନାହିଁ, ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ପରୀକ୍ଷା ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।

ଉଭୟ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରାକ୍ଟିକାଲ୍ ପରୀକ୍ଷା ଗୁଡ଼ିକ ମେ ୨୫ ତାରିଖ ବଦଳରେ ମେ ୨୬ ତାରିଖରେ ଅନୁଷ୍ଠିତ ହେବ ବୋଲି ଏହି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

Leave A Reply

Your email address will not be published.